fbpx

(video)ଜାମ୍‌ରେ ଫସି ରହି ପିଜା ଅର୍ଡର କଲେ ଯୁବକ, ପିଜା ଆସି ପହଞ୍ଚିଲା ପଛେ ଗାଡି ଗଡିିଲା ନାହିଁ

ବେଙ୍ଗାଲୁର: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ଟ୍ରାଫିକ୍ ଜାମ୍ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କିଛି କିଲୋମିଟର ଯାତ୍ରା କରିବା ଲାଗି ଏଠାରେ ଲୋକଙ୍କୁ ବହୁତ ଅଧିକ ସମୟ ଲାଗି ଯାଉଛି । ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ନେଇ ଅଭିଯୋଗ ବି କରୁଛନ୍ତି । ତଥାପି ସମସ୍ୟାର କୌଣସି ସମାଧାନର ବାଟ ବାହାରିପାରୁ ନାହିଁ ।

ଗତ କିଛିଦିନ ତଳେ ବେଙ୍ଗାଲୁରରେ ଜବରଦସ୍ତ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା । ବେଙ୍ଗାଲୁରର ଆଉଟର ରିଙ୍ଗ ରୋଡ୍‌ରେ ବହୁ ସଂଖ୍ୟାରେ କାର୍ ଭିଡ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲା । ସ୍ଥିତି ନିୟନ୍ତ୍ରଣକୁ ଆସିବାକୁ ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି କ୍ରମରେ ବେଙ୍ଗାଲୁରରେ ଟ୍ରାଫିକ ଜାମ୍‌କୁ ନେଇ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏକ ଯୁବକଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏହି ଯୁବକ ଜଣକ ଜାମ୍‌ରେ ଫସି ରହି ପିଜ୍ଜା ଅର୍ଡର କରିଥିଲେ ଓ ଜାମ୍ ଏତେ ସମୟ ଲାଗି ରହିଥିଲା ଯେ, ପିଜା ଆସି ପହଞ୍ଚିଗଲା ପଛେ ଜାମ୍ ଭାଙ୍ଗିଲା ନାହିଁ ।

ଏକ୍ସ ୟୁଜର ଋଷିବତ୍ ଲେଖିଛନ୍ତି, ଯେତେବେଳେ ମୁଁ ଟ୍ରାଫିକ୍ ଜାମ୍ ଭିତରେ ଡୋମିନଜ୍‌ରୁ ପିଜା ଅର୍ଡର କରି ଦେଇଥିଲି । ଡେଲିଭରୀ ବୟ ବି ଲାଇଭ୍ ଲୋକେସନ ଜରିଆରେ ଆରାମରେ ଆମକୁ ଟ୍ରାକ କରି ପିଜା ପହଞ୍ଚାଇ ଦେଇଥିଲା । ତେବେ ଏହି ସମୟ ମଧ୍ୟରେ ଆମ ଗାଡି ମାତ୍ର କିଛି ହିଁ ମିଟର ଦୂରତା ଅତିକ୍ରମ କରିଥିଲା ।

‘ଏକ୍ସ’ରେ ଏହି ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ପିଜା ଧରି ଡେଲିଭରୀ ବୟ ବି ବାଇକ୍‌ରେ ଆସୁଥିବାର ଦେଖାଯାଉଛି । ଗତକାଲି ମଧ୍ୟରାତ୍ରୀରେ କରାଯାଇଥିବା ଏହି ପୋଷ୍ଟକୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହା ଉପରେ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଆଗାମୀ ଥର ମୁଁ ଅର୍ବାନ କମ୍ପାନୀରୁ ମସାଜ ବି ବୁକ୍ କରିଦେବି ।

Get real time updates directly on you device, subscribe now.