fbpx

ଘିଅରେ ଏହି ୫ଟି ଜିନିଷ ମିଶାଇ ଖାଆନ୍ତୁ, ଡାଇବେଟିସ ଠାରୁ ରକ୍ତଚାପ ପର୍ଯ୍ୟନ୍ତ ସବୁରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଘିଅ ରହିବା ଅନିବାର୍ଯ୍ୟ । ଡାଲି, ଭାତ, ଭଜା, ତରକାରୀ ସବୁଥିରେ ଘିଅ ଖାଇବାକୁ ଲୋକ ମାନେ ବେଶ୍ ପସନ୍ଦ କରିଥାନ୍ତି । ତେବେ ଘିଅ କେବଳ ଖାଦ୍ୟକୁ ସୁସ୍ୱାଦୁ କରେନି ବରଂ ସ୍ୱାସ୍ଥ୍ୟ ପାଇଁ ବି ଏହା ଖୁବ୍ ଭଲ । ଏନେଇ ଏକ୍ସପର୍ଟ ମାନେ କୁହନ୍ତି ଯେ, ଘିଅ ସହିତ କିଛି ଜିନିଷକୁ ମିଶାଇ ଖାଇଲେ ଶରୀରରେ ଥିବା ବଡ଼ରୁ ବଡ଼ ବ୍ୟାଧି ଦୂର ହୋଇଯିବ ଏବଂ ଏହା ଅନେକ ଫାଇଦା ମଧ୍ୟ ଦେବ ।

ତେବେ ଚାଲନ୍ତୁ ଜାଣିବା ଘିଅ ସହିତ କଣ ମିଶାଇ ସେବନ କରିବେ ।

ହଳଦୀ: ଘିଅ ସହିତ ହଳଦୀର ମିଶ୍ରଣ ଖୁବ୍ ଲାଭଦାୟକ । ଏହା କେବଳ ଶୀଘ୍ର ଓଜନ ହ୍ରାସ କରେ ନାହିଁ, ବରଂ ନୂତନ ରକ୍ତ କଣିକା ତିଆରି କରିବା ସହିତ ଏହା ହୃଦୟର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା କିଡନୀ ଫଙ୍କସନ୍ ରେ କରିବାରେ ବି ଅନେକ ସହାୟକ ହୁଏ । ଶରୀରରେ ପ୍ରଦାହ ଜନିତ ସମସ୍ୟାକୁ ଦୂର କରିଥାଏ । ନ୍ୟୁଟ୍ରିସନିଷ୍ଟ ମାନଙ୍କ କହିବା ମୁତାବକ, ହଳଦୀକୁ ଘିଅ ସହିତ ମିଶାଇ ଖାଇବା ଦ୍ୱାରା ଶରୀରରେ ହେଉଥିବା ସବୁ ପ୍ରକାରର ଯନ୍ତ୍ରଣା ଦୂର ହୋଇଯାଏ ।

ତୁଳସୀ: ଯଦି ଆପଣ ଘରେ ଘିଅ ତିଆରି ହେଉଥିବା ଦେଖିଥିବେ, ତେବେ ଆପଣ ନିଶ୍ଚୟ ଜାଣିଥିବେ ଯେ ଏହାକୁ ତିଆରି କରିବା ସମୟରେ ଗନ୍ଧ ଉଠିଥାଏ । ଯଦି ଆପଣ ଘିଅ ତିଆରି କରିବା ସମୟରେ ଏଥିରେ ତୁଳସୀ ପତ୍ର ପକାନ୍ତି ତେବେ ଏହା ନିର୍ଗତ ହେଉଥିବା ଗନ୍ଧକୁ ଦୂର କରେ । ଏଥିସହିତ ଏଥିରେ ଗୁଣକାରୀ ତତ୍ତ୍ୱ କୁ ମିଶାଇ ଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ସାଧାରଣ ଫ୍ଲୁ, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ରକ୍ତରେ ଶର୍କରା ହ୍ରାସ ହେବା ପର୍ୟ୍ୟନ୍ତ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

କପୁର: କପୁର ଓ ଘିଅର କମ୍ବିନେସନ୍ ଖୁବ ଗୁଣକାରୀ । କପୁର ସ୍ୱାଦରେ ଖୁବ୍ କଡ଼ା ହୋଇଥାଏ । ଆଉ ଏହା କଫ, ପିତ ଏବଂ ବାତ ଭଳି ରୋଗକୁ ଦୂର କରିବାରେ ସହାୟକ ହୁଏ । ଏହା ଖାଦ୍ୟ ଡାଇଜେସନ୍ କରିବାରେ ବି ସହାୟକ ହୁଏ । ଏହାସହ ଜ୍ୱର, ଆସ୍ଥମା ଭଳି ସମସ୍ୟାକୁ ବି ଦୂର କରେ ।

ରସୁଣ: ରସୁଣର ନିଜର ହିଁ ଅଧିକ ଗୁଣ ରହିଛି । ଆଉ ଯେତେବେଳେ ଏହାକୁ ଘିଅରେ ମିଶାଯାଏ ଏହା ଆହୁରି ଲାଭଦାୟକ ହୁଏ । ଏହା ଉଚ୍ଚ ରକ୍ତଚାପ ସମସ୍ୟାକୁ ବି ଦୂର କରେ । ନିୟମିତ ରୂପରେ ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳେ ।

ଡାଲଚିନି: ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ୍ ତତ୍ୱ ଅନେକ ରୋଗକୁ ମୁକ୍ତି ଦେଇଥାଏ । ଏହା କେବଳ ରକ୍ତଚାପକୁ ଦୂର କରେନି ବରଂ ପେଟ ରୋଗରୁ ବି ଆରାମ ଦିଏ । ଗୋଟିଏ ପ୍ୟାନ୍ ରେ ଅଳ୍ପ ଡାଲଚିନି ଓ ଘିଅ ପକାନ୍ତୁ । ମିଡିୟମ୍ ଫ୍ଲେମ୍ ରେ ୪ ରୁ ୫ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହାଗୁ ଗୋଟିଏ ଜାଗାକୁ ବାହାର କରି ଥଣ୍ଡା କରିଦିଅନ୍ତୁ । ଏହାପରେ ସେବନ କରନ୍ତୁ ।

Get real time updates directly on you device, subscribe now.