fbpx

ବିଶ୍ୱପ୍ରସିଦ୍ଧ ଆଇନଜୀବୀ ବେଞ୍ଜାମିନ ଫେରେଞ୍ଜଙ୍କ ୧୦୩ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ଆଇନ ବିଶାରଦ ତଥା ଆମେରିକାର ଜଣାଶୁଣା ଓକିଲ ବେଞ୍ଚାମିନ ବେରେଲ ଫେରେଞ୍ଜ ଆଉ ନାହାନ୍ତି ।  ସେ ୧୦୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସେ ନାଜି ନରସଂହାର ସମୟରେ ଯୁଦ୍ଧ ଅପରାଧୀଙ୍କ ପାଇଁ ନିଜର ସଂଗ୍ରାମ ଚଳାଇଥିଲେ । ଗତ ୭ ତାରିଖ ସନ୍ଧ୍ୟା ସମୟରେ ଫ୍ଲୋରିଡ଼ାର ବାୟଟନଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ୱାଶିଂଟନର ୟୁନାଇଟେଡ ଷ୍ଟେଟସ ହୋଲୋକାଷ୍ଟ ମେମୋରିଆଲ ମ୍ୟୁଜିୟମ ଦ୍ୱାରା ମଧ୍ୟ ଏ ବାବଦରେ ସୂଚନା ଦିଆଯାଇଛି ।

ସଂଗ୍ରହାଳୟ ତରଫରୁ ଟ୍ୱିଟ କରି କୁହାଯାଇଛି, ‘ନାଜି ନରସଂହାର ଓ ତତସମ୍ପର୍କିତ ଅପରାଧର ପୀଡ଼ିତଙ୍କୁ ନ୍ୟାୟ ପାଇଁ ସ୍ୱରଉତ୍ତୋଳନ କରିଆସୁଥିବା ଜଣେ ନେତାଙ୍କୁ ଆଜି ଏ ଦୁନିଆର ହରାଇ ଦେଇଛି ।’ ୧୯୨୦ରେ ବେଞ୍ଜାମିନ ଟ୍ରାନସିଲଭେନିଆରେ ଜନ୍ମ ଗ୍ରହଣ କରିଥିଲେ । ବହୁତ ଛୋଟ ବେଳୁ ପିତାମାତା ତାଙ୍କୁ ଅସାମାଜିକତା ପ୍ରଭାବରୁ ଦୂରେଇ ରଖିବା ପାଇଁ ନ୍ୟୁୟର୍କ ନେଇ ଯାଇଥିଲେ ।

ହାର୍ଭାର୍ଡ ସ୍କୁଲରୁ ସ୍ନାତକ ପାସ କରିବା ପରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସେ ସେନାରେ ସାମିଲ ହୋଇଥିଲେ । ନିଜର ଆଇନ ପୃଷ୍ଠଭୂମିକୁ ଉପଯୋଗ କରି ସେ ଆମେରିକୀୟ ସୈନିକଙ୍କ ବିରୋଧରେ ନାଜି ଯୁଦ୍ଧ ଅପରାଧୀଙ୍କ ପାଇଁ ଆଗକୁ ଆସିଥିଲେ । ଏଥିସହିତ ସେ ଅନ୍ତର୍ଜାତୀୟ କୋର୍ଟରେ ବିଭିନ୍ନ ଦେଶର ସରକାରଙ୍କ ତରଫରୁ ଯୁଦ୍ଧ ଅପରାଧ ମାମଲା ପରିଚାଳନା କରିଥିଲେ । ନେଦରଲାଣ୍ଡର ଦି ହଜ ସହରରେ ୨୦୦୨ରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ସ୍ଥାପନା ହେବା ପରେ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା ।

Get real time updates directly on you device, subscribe now.