fbpx

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦ ଖାଲି: ଜୁଲାଇ ୧୦ ଆବେଦନର ଅନ୍ତିମ ତାରିଖ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦ ପୂରଣ ହେବ । ରାଜ୍ୟର ବ୍ରହ୍ମପୁର ବିଶ୍ୱବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ । ଜୁଲାଇ ୧୦ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।

ବଟାନୀ, କେମିଷ୍ଟ୍ରି, ଅର୍ଥନୀତି, ଇଲେକ୍ଟ୍ରୋନିକ୍ସ ସାଇନ୍ସ, ଇଂରାଜୀ, ହୋମ୍ ସାଇନ୍ସ, ଆଇ.ଆର. ଆଣ୍ଡ ପି.ଏମ, ଆଇନ, ଲିଙ୍ଗୁଇଷ୍ଟିକ୍ସ, ଗଣିତ, ମେରାଇନ ସାଇନ୍ସ (ଓସେନୋଗ୍ରାଫି), ମେରାଇନ ସାଇନ୍ସ (ବାୟୋଲୋଜି), ଓଡ଼ିଆ, ଫିଜିକ୍ସ, ଲାଇବ୍ରେରୀ ଆଣ୍ଡ ଇନଫର୍ମେସନ ସାଇନ୍ସ, ଟୁରିଜିମ ଆଣ୍ଡ ଟ୍ରାଭେଲ ଷ୍ଟଡିଜ, ପରିବେଶ ବିଜ୍ଞାନ ଆଦି ବିଭାଗରେ ପ୍ରଫେସର ପଦ ପୂରଣ ହେବ । ମୋଟ ୫୭ଟି ପଦ ଖାଲି ରହିଥିବା ବେଳେ ୧୨ଟି ପ୍ରଫେସର ପଦ, ୨୩ଟି ଆସିଷ୍ଟାଣ୍ଡ ପ୍ରଫେସର ପଦ ଓ ୨୨ଟି ଆସୋସିଏଟ୍ ପ୍ରଫେସର ପଦ ଖାଲି ରହିଛି ।

ନୋଟିଫିକେସନ ଲିଙ୍କ: https://www.buodisha.edu.in/wp-content/uploads/2024/06/Applications-Invited-for-Temporary-Engagement-against-Vacant-Teaching-Posts-in-different-Post-Graduate-Departments.pdf

Get real time updates directly on you device, subscribe now.