ବାଲିଯାତ୍ରାରେ ମିଳିବ ଭାରତ ମସଲାର ଦମଦାର ଅଫର: ପଡ଼ିଆରେ ଷ୍ଟଲ ଉଦଘାଟନ କଲେ ମେୟର

କଟକ: ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମସଲା ଓ ହାଇଜିନିକ ଫୁଡ୍ ବ୍ୟବସାୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଭାରତ ମସଲା କମ୍ପାନୀର ଷ୍ଟଲ ଉଦଘାଟିତ ହୋଇଛି । ଉଭୟ ତଳ ଏବଂ ଉପର ପଡ଼ିଆରେ ଭାରତ ମସଲାର ୪ଟି ଷ୍ଟଲ ଖୋଲିଛି । କଟକ ମେୟର ସୁବାସ ସିଂହ ଅତିଥି ଭାବେ ଯୋଗ ଦେଇ ଷ୍ଟଲ ଉଦ୍‌ଘାଟନ କରିବା ସହ ବାଲିଯାତ୍ରାକୁ ସମୃଦ୍ଧ କରିବାରେ ଭାରତ ମସଲା ମୁଖ୍ୟ କର୍ଣ୍ଣଧାର ବୋଲି ମତ ଦେଇଥିଲେ ।

ବିଗତ ବର୍ଷ ଗୁଡିକ ଭଳି ଚଳିତଥର ମଧ୍ୟ ବାଲିଯାତ୍ରାକୁ କିଛି ଆକର୍ଷଣୀୟ ଅଫର ଧରି ଆସିଛି ଭାରତ ମସଲା । ଗ୍ରାହକଙ୍କୁ ସନ୍ତୁଷ୍ଟି କରିବା ଭଳି ସୁଯୋଗ ପୁର୍ନବାର ଯୋଗାଇ ଦେଇଛି । ସବୁଥର ଭଳି ଏଥର ମଧ୍ୟ ଷ୍ଟଲରେ ପ୍ରତିଦିନ ଲକି ଡ୍ର ହେବ । ମସଲା କିଣିବା ସହ ଗ୍ରାହକମାନେ କୁପନଟିଏ ପାଇବେ । ଭାଗ୍ୟଶାଳୀ ବିଜେତାଙ୍କୁ ଉପହାରସ୍ୱରୂପ ଅନେକ ଦାମୀ ସାମଗ୍ରୀ ଦିଆଯିବ । ପ୍ରଥମ ପୁରସ୍କାର ରହିଛି ମାଇକ୍ରୋ ଓଭାନ । ସେହିପରି ବାଇସାଇକେଲ ଏବଂ ରୋଷେଇ ଉପକରଣ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ଉପହାର ରହିଛି । ସାନ୍ତ୍ୱନାମୂଳକ ପୁରସ୍କାର ୪ଜଣ ପାଇବେ । ସମସ୍ତଙ୍କୁ ନନଷ୍ଟିକ୍ ତାୱା ଉପହାର ଆକାରରେ ମିଳିବ ।

୨୫୦ ଟଙ୍କାର ମସଲା କିଣିଲେ ଗୋଟିଏରେ ଗୋଟିଏ ଫ୍ରି ସହିତ ଆକର୍ଷଣୀୟ ଉପହାର ସ୍ୱରୂପ ମଗ୍ ଏବଂ ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ଫଲୋ କଲେ କ୍ୟାସବ୍ୟାକ ଭାଉଚର ଯୋଗାଇ ଦିଆଯିବ । ସେହିପରି ୫୦୦ଟଙ୍କାରେ ଗ୍ଲାସ ସହ ଉପରୋକ୍ତ ସୁବିଧା ମଧ୍ୟ ଗ୍ରାହକ ପାଇପାରିବେ । କଣ୍ଟେନର, ବକେଟ୍‌, ଷ୍ଟିଲ ଥାଳି, ହଟକେସ୍ ଟିଫିନ ବକ୍ସ, ସିଲଭର କଏନ, ବ୍ରାଣ୍ଡେଡ ବେଡସିଟ୍ ଆଦି ଉପହାର ରହିଛି । ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଅରୁଣ କୁମାର ନାୟକ(GM ଅପରେସନ), ନବକୃଷ୍ଣ ପ୍ରଧାନ(GM ପ୍ରଡକ୍ସନ), ପିଆରଓ SN ମିଲେନିୟମ ଓ ଭାରତ ମସଲା କମ୍ପାନୀର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।