fbpx
BJD SKY
BJD SKY

ଏପ୍ରିଲ ୧୭ରୁ ୨୦ ମଧ୍ୟରେ ହେବ ସାଂଘାତିକ ଖରା, ହିଟ୍ ୱେଭ ପାଇଁ ଜାରି ହେଲା ୱାର୍ଣ୍ଣିଂ

BJD

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟବାସୀ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା ବେଳେ ଏପ୍ରିଲ ୧୭ରୁ ୨୦ ମଧ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ହେବାର ସମ୍ଭାବନା ଦର୍ଶାଯାଇଛି । ଏଥିପାଇଁ ୬ ଜିଲ୍ଲାରେ ହିଟ୍ ୱେଭ ରହିବ ବୋଲି କୁହାଯାଉଛି । ୧୫ ଏପ୍ରିଲରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ୬ଟି ଜିଲ୍ଲାରେ ହିଟ୍ ୱେବ ସ୍ଥିତି ରହିବ । ହିଟ୍ ୱେଭ୍ ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଗୁଡ଼ିକ ଯଥାକ୍ରମେ କଟକ, ନୟାଗଡ଼, ମାଲକାନଗିରି, କୋରାପୁଟ, ଅନୁଗୁଳ, ଢେଙ୍କାନାଳ ରହିଛି ।

ସେହିଭଳି ୧୬ ଏପ୍ରିଲରୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ୧୩ ଜିଲ୍ଲାରେ ହିଟୱେଭ ସ୍ଥିତି ରହିବ ବୋଲି କୁହାଯାଉଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୧୭ ଏପ୍ରିଲରୁ ୨୦ ତାରିଖ ପର୍ଯ୍ୟନ୍ତ ଖରା ସାଂଘାତିକ ହୋଇପାରେ ବୋଲି କୁହାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ଡିଗ୍ରୀ ଯାଏଁ ପାରଦ ବଢିପାରେ ବୋଲି କୁହାଯାଉଛି । ଏହି ସମୟରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଯାଏଁ ଛୁଇଁପାରେ ବୋଲି କୁହାଯାଉଛି । ଅସହ୍ୟ ପାଣିପାଗ ସ୍ଥିତି ସମସ୍ୟା ସୃଷ୍ଟି କରିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛନ୍ତି ।

Get real time updates directly on you device, subscribe now.