fbpx

ଦେଶର ଶୀର୍ଷ ଇଂଜିନିୟରିଂ କଲେଜରୁ ୧୦,୦୦୦ ଫ୍ରେସରଙ୍କୁ ନିଯୁକ୍ତି ଦେବ TCS :ରିପୋର୍ଟ

ନୂଆଦିଲ୍ଲୀ: ଗତ ମାସରେ ଟାଟା କନସଲଟାନ୍ସୀ ସର୍ଭିସ୍ ଘୋଷଣା କରିଛି କି କମ୍ପାନୀ ନ୍ୟାସନାଲ୍ କ୍ୱାଲିଫାୟାର ଟେଷ୍ଟ(NQT) ମାଧ୍ୟମରେ ଫ୍ରେସରମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୦ ତାରିଖ ଥିଲା । ଏକ ରିପୋର୍ଟରୁ ଜଣାଯାଇଛି ଟିସିଏସ୍ ଏହାର ଗତ ରିକ୍ରୁଇଟମେଣ୍ଟ ଡ୍ରାଇଭ୍‌ରେ ୧୦,୦୦୦ରୁ ଅଧିକ ଫ୍ରେସରଙ୍କୁ ନିଯୁକ୍ତି ଦେଇଛି । ଚଳିତ ଆର୍ଥିକ ବର୍ଷରେ ଚାହିଦା ବୃଦ୍ଧିର ଆକଳନ କରି ଏହି ଆଇଟି କମ୍ପାନୀ ଏହାର ନିଯୁକ୍ତି ବୃଦ୍ଧି କରିଛି ।
ଟିସିଏସ୍ କହିଛି ଏଥିପାଇଁ ଏପ୍ରିଲ୍ ୨୬ରେ ପରୀକ୍ଷା ଅନୁଷ୍ଠିତ ହେବ ଓ ଏହା ୩ଟି ଶ୍ରେଣୀରେ ଏହି ନିଯୁକ୍ତି ଦେବ । ଏହି କ୍ରମରେ ନିଞ୍ଜା ବାର୍ଷିକ ୩.୩୬ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ଦେଉଥିବା ବେଳେ ଡିଜିଟାଲ୍ ଓ ପ୍ରାଇମ୍ ବାର୍ଷିକ ୭ ଲକ୍ଷରୁ ୯-୧୧.୫ ଲକ୍ଷ ପ୍ୟାକେଜ୍‌ରେ ନିଯୁକ୍ତି ଦେଉଛି ।

ଟିସିଏସର ଏପରି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର କ୍ୟାରିୟର ଡେଭଲପମେଣ୍ଟ ସେଣ୍ଟର ନିର୍ଦ୍ଦେଶକ ଭି.ସାମୁଏଲ୍ ରାଜକୁମାର କହିଛନ୍ତି ବର୍ତ୍ତମାନର ପରିସ୍ଥିତିରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ଦେଶର ସମସ୍ତ କଲେଜରୁ ମେଧାବୀ ଛାତ୍ରଛାତ୍ରୀ ଟିସିଏସ୍‌ରେ ନିଯୁକ୍ତି ପାଇବେ । ଏହି କ୍ରମରେ ଭିଆଟି ଛାତ୍ରଛାତ୍ରୀଙ୍କ ପାଖକୁ ୯୬୩ ଅଫର ଆସିଥିବା ବେଳେ ଶାସ୍ତ୍ର ୟୁନିଭରସିଟିର ଛାତ୍ରଛାତ୍ରୀଙ୍କ ପାଖକୁ ୨,୦୦୦ ଅଫର ଲେଟର ଆସିଛି ।
ଏହାପୂର୍ବରୁ TCS କହିଥିଲା କି ଆର୍ଥିକ ବର୍ଷ ୨୦୨୪ରେ କମ୍ପାନୀ ୪୦,୦୦୦ ଫ୍ରେସରଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି । ଆର୍ଥିକ ବର୍ଷ ୨୦୨୩ରେ କମ୍ପାନୀ ୨୨,୬୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି ।

Get real time updates directly on you device, subscribe now.