fbpx
BJD
BJD SKY
BJD SKY

ନନ୍ଦିଗ୍ରାମକୁ ମୁହଁତୋଡ ଜବାବ ଦେଇଛି ଭବାନୀପୁର ଫଳାଫଳ: ମମତା ବାନାର୍ଜୀ

BJD

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭାବନୀପୁର ଉପ ନିର୍ବାଚନରେ ବିଜୟୀ ହେବା ପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୫୮୮୩୨ ଭୋଟର ବିଶାଳ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପରାସ୍ତ କରିଥିଲେ ମମତା । ଏହା ପୂର୍ବରୁ ଏପ୍ରିଲ-ମେରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ସୁଧାଂଶୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ ମମତା । ନନ୍ଦିଗ୍ରାମରେ ତାଙ୍କ ବିରୋଧରେ ହୋଇଥିବା ଷଡଯନ୍ତ୍ରକୁ ଭବାନୀପୁର ଭୋଟର ବୁହଁତୋଡ ଜବାବ ଦେଇଛନ୍ତି ବୋଲି କହିଛନ୍ତି ମମତା ବାନାର୍ଜୀ ।
ପଶ୍ଚିମବଙ୍ଗରେ ବିଜୟ ପରେ ମମତା ସମଗ୍ର ଭାରତ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୧୬ରେ ସମାନ ସ୍ଥାନରେ ସାମାନ୍ୟ କମ ଭୋଟ ପାଇଥିଲେ ହେଁ ଚଳିତ ଥରର ଭୋଟ ପ୍ରତିଶତକୁ ନେଇ ମମତା ଖୁସି ଜାହିର କରିଛନ୍ତି । ଭବାନୀପୁରକୁ ମିନି ଭାରତ କୁହାଯାଉଥିବା ବେଳେ ଏଠାରୁ ବିଜୟ ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜୟକୁ ରୋକିବା ପାଇଁ ପ୍ରୟାସ କରାଯାଇଥିଲେ ହେଁ ଭବାନୀପୁର ଜନତା ଏହାର ଜବାବ ଦେଇଛନ୍ତି ବୋଲି ମମତା କହିଛନ୍ତି ।

Get real time updates directly on you device, subscribe now.