(Viral Video) ପାଉଁଶରୁ ମିଳିଲା ଦର ପୋଡ଼ା ‘ଶ୍ରୀମଦ୍ ଭଗବଦ୍‌ ଗୀତା’ ସୋସିଆଲ ମିଡିଆରେ ଜୋର ଆଲୋଚନା

ଏକ୍ସରେ ଭାଇରାଲ ହେଉଛି ଭିଡିଓ । ଭଗବଦ୍‌ ଗୀତା ନେଇଯାଉଥିବା ଯାତ୍ରୀଙ୍କ ମୃତ୍ୟୁ ।

ଗାନ୍ଧୀନଗର: ସୋସିଆଲ ମିଡିଆରେ ଅହମଦାବାଦ୍ ବିମାନ ଦୁର୍ଘଟଣାର ଅନେକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେଥିମଧ୍ୟରୁ ଗୋଟିଏ ଭିଡିଓ ଅଛି, ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ପୋଡ଼ା ପାଉଁଶରୁ ଶ୍ରୀମଦ୍ ଭଗବଦ୍‌ ଗୀତା ପାଇଥିବା ଦେଖାଯାଉଛି ।

ଗୀତାର କଭର ସାମାନ୍ୟ ପୋଡ଼ି ଯାଇଥିବାବେଳେ କିନ୍ତୁ ଭିତର ପାଖ ଭଲ ରହିଛି । ଏହି ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଛି । ଗୀତା ନେଇ ଯାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

କେହି କେହି କହୁଛନ୍ତି, ଭଗବଦ୍‌ ଗୀତା ଥାଇ ଏଭଳି ବଡ଼ ବିପଦ ଟଳିଗଲାନି କାହିଁକି ।

ଗୁରୁବାର ସର୍ଦ୍ଦାର ବହ୍ଲବଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଜଳିଯାଇଥିଲା । ବିମାନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ିଦେଲେ ବାକି ସବୁ ଯାତ୍ରୀ ପ୍ରାଣ ହରାଇଛନ୍ତି । ୨୬୫ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି ।

ଆଜି ପ୍ରଧାନମନ୍ତ୍ରୀ ଅହମଦାବାଦ ଯାଇ ଆହତଙ୍କୁ ଭେଟିଛନ୍ତି । ଏହାଛଡ଼ା ଯାଞ୍ଚ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ କରିଛନ୍ତି ।