fbpx

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ, ଗାଁ ଦାଣ୍ଡରେ ଭାଉଜକୁ ଉଲ୍ଲଂଗ୍ନ କରିବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ କଲେ ପୀଡିତା

ଭାଇର କଟୁରୀ ଚୋଟରେ ଭାଇ ଗୁରୁତର

ନିମାପଡ଼ା, (ଭାସ୍କର ନ୍ୟୁଜ୍‌) : ବଳଙ୍ଗା ଥାନା ଅଧିନସ୍ଥ ଦାସପାଟଣା ଗ୍ରାମେର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପା ପୁଅ ଭାଈକୁ ହାଣିଲା ଦାଦା ପୁଅ । ଗ୍ରାମ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ବେଳେ ଜଣେ ମହିଳାଙ୍କୁ ଉଲ୍ଲଂଗ୍ନ କରି ଆକ୍ରମଣକାରୀମାନେ ଗ୍ରାମଦାଣ୍ଡରେ ଘୋଷାଡ଼ିଥିବା ନେଇ ଥାନାରେ ଅଭିଯାେଗ ହୋଇଛି । ମହିଳାଙ୍କ ମାନବାଧିକାର କ୍ଷୂର୍ଣ୍ଣ ହୋଇଥିବା ବେଳେ ମହିଳାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ନିକଟରେ ଏ ସଂପର୍କରେ ଅଭିଯୋଗ ମଧ୍ୟ ମହିଳା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଦାସପାଟଣା ଗ୍ରାମର ଦୟାନିଧି ଭୂୟାଁ ଘରେ ବସି ଖାଉଥିବାବେଳେ ତାଙ୍କର ଦାଦାପୁଅ କଟୁରୀ ଓ ମାରଣାସ୍ତ୍ର ଧରି ଗାଳିଗୁଲଜ କରି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଦୟାନିଧି ବିକଳରେ ଦାଣ୍ଡକୁ ପଳାଇ ଆସିଥିବାବେଳେ ତାଙ୍କ ଦାଦାପୁଅ ଭାଇ ଓ ତାଙ୍କ ସହଯୋଗୀମାନେ ଗୋଡ଼ାଇ ଗୋଡ଼ାଇ ହାଣେିଲ । ସ୍ୱାମୀକୁ ରକ୍ଷା କରିବାକୁ ଆସି ଦୟାନିଧିଙ୍କ ପତ୍ନୀ ଆକ୍ରମଣର ଶୀକାର ହୋଇଥିଲେ । ଗ୍ରାମ ଦାଣ୍ଡ ଅଶାନ୍ତ ହୋଇପଡ଼ିଥିବା ବେଳେ ଗ୍ରାମବାସୀମୋନ ଭୟ ପାଇ ଘରର କବାଟ ଦେଇ ରହିଥିଲେ । ଏପରି ଆକ୍ରମଣକାରୀ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

Get real time updates directly on you device, subscribe now.