ଏସବୁ ଠିକ୍ ନୁହେଁ… ଚାପୁଡ଼ା ମରା ଭିଡିଓ ଲିକ୍ ପଛରେ ରହିଛି ସ୍ୱାର୍ଥ, ଲଲିତ ମୋଦୀଙ୍କ ଉପରେ ରାଗିଗଲେ ଭାଜି
୧୭ ବର୍ଷ ହେବ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ନଥିଲା।
ନୂଆଦିଲ୍ଲୀ: ୨୦୦୮ର ଘଟଣା କିନ୍ତୁ ପୁଣି ଥରେ ଏବେ ସୋସିଆଲ ମିଡିଆରେ ହେଉଥିଲା ଭାଇରାଲ। ଯାହାକୁ ନେଇ ରାଗିଛନ୍ତି ହରଭଜନ ସିଂହ। ଆଇପିଏଲ ପ୍ରଥମ ସିଜିନ ସମୟରେ ୨୦୦୮ରେ ହରଭଜନ ସିଂହ ଏସ ଶ୍ରୀସନ୍ଥଙ୍କୁ ପଡ଼ିଆରେ ଚାପୁଡ଼ା ମାରିଥିଲେ।
୧୭ ବର୍ଷ ହେବ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ନଥିଲା। କିନ୍ତୁ ପୂର୍ବତନ ଆଇପିଏଲ କମିଶନର ଲଲିତ ମୋଦୀ ନିଖଟରେ ସେହି ଭିଡିଓକୁ ସାର୍ବଜନୀନ କରିଦେଇଥିଲେ।
ଭିଡିଓ ଲିକ୍ ହେବାରୁ ହରଭଜନ ସିଂ ଏନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ହରଭଜନ କହିଛନ୍ତିି ଯେଉଁ କଥାକୁ ଲୋକ ଭୁଲି ଯାଇଥିଲେ, ସେହି ଘଟଣାକୁ ଏତେ ବର୍ଷ ପରେ ସାର୍ବଜନୀନ କରିବା କ’ଣ ଦରକାର ଥିଲା।
ଏହା ସହ ଭାଜି କହିଛନ୍ତି ଏହା ପଛରେ କିଛି ସ୍ୱାର୍ଥ ଥିବ ବୋଧେ। ନିକଟରେ ଭାଜି ଏକ ପୋଡକାଷ୍ଟରେ ଏହି ଘଟଣାକୁ ନେଇ ଭୁଲ ମଧ୍ୟ ମାଗିଥିଲେ।
ନିକଟରେ ଗଣେଶ ଚତୁର୍ଥୀରେ ଉତ୍ସବରେ ପୋଡକାଷ୍ଟରେ ଏହି ଘଟଣାର ଭିଡିଓ ଲିକ୍ ନେଇ ପଚରାଯାଇଥିଲା। ସେହି ସମୟରେ ଭାଜି କହିଥିଲେ ଲୋକେ ଘଟଣାକୁ ଭୁଲିଯାଇଥିଲେ। ଭିଡିଓକୁ ସାର୍ବଜନୀନ କରି ଏସବୁ ଲୋକଙ୍କୁ ମନେ ପକାଇ ଦିଆଯାଉଛି।
ଭିଡିଓ ଲିକ୍ ଭୁଲ, ଏଭଳି ହେବା ଉଚିତ ନୁହେଁ।
ଏହା ସହ ଭାଜି କହିଥିଲେ ଯେଉଁଭଳି ଭାବେ ଭିଡିଓ ଲିକ୍ କରାଯାଇଛି ଏହା ହେବା ଉଚିତ ନୁହେଁ। ଏହା ପଛରେ କିଛି ସ୍ୱାର୍ଥ ଥିବ।
୧୮ ବର୍ଷ ପୂର୍ବେ କିଛି ହୋଇଥିଲା। ଲୋକ ଏହି ଘଟଣାକୁ ଭୁଲି ଯାଇଥିଲେ। ଆଉ ଏବେ ଭିଡିଓ ସାର୍ବଜନୀନ କରି ଲୋକଙ୍କୁ ଏହା ମନେପକାଇ ଦିଆଯାଉଛି।
ଏହା ସହ ଭାଜି କହିଛନ୍ତି ଯାହା ସବୁ ହୋଇଛି ଏଥିପାଇଁ ମୋତେ ଖରାପ ଲାଗୁଛି। ଏଭଳି ଭୁଲ ପାଇଁ ମୁଁ ଲଜ୍ଜିତ।