fbpx

ଭରତପୁର ଥାନା ବିବାଦ; ମେଜର ଓ ବାନ୍ଧବୀଙ୍କୁ ମିଳିଲା PSO, ରହିବେ ୨୪ ଘଣ୍ଟିଆ ସୁରକ୍ଷାରେ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପରେ ପରେ ବିବାଦ ବଢ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ମେଜର ଓ ତାଙ୍କ ବାନ୍ଧବୀ ମାଗିଥିଲେ ସୁରକ୍ଷା । ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୁଲିସ । ସେଦିନ ରାସ୍ତା ଉପରେ ମେଜରଙ୍କ ବାନ୍ଧବୀଙ୍କୁ ଟଣା ଓଟରା କରିଥିଲେ ରୋଡ୍ ରୋମିଓ । ମେଜରଙ୍କୁ ମାଡ଼ ମାରିବା ସହ ତାଙ୍କ ବାନ୍ଧବୀଙ୍କୁ କରିଥିଲେ ଅତ୍ୟାଚାର।

ରାସ୍ତାରେ କମେଣ୍ଟ ମାରିବା ପରେ ଆରମ୍ଭ ହୋଇଥିଲା ବଚସା । ରାସ୍ତା ଉପରେ ଚାଲିଥିଲା ଟଣାଓଟରା । ସେମାନଙ୍କୁ ବିନା ଭୟରେ ସାମ୍ନା କରିଥିଲେ ମେଜରଙ୍କ ବାନ୍ଧବୀ । ଯାହାକପ ନେଇ ଭରତପୁର ଥାନା ଆସିଥିଲେ ମେଜର ଓ ତାଙ୍କ ବାନ୍ଧବୀ । ସହିଠୁ ଆରମ୍ଭ ହୋଇଥିଲା ବିବାଦ । ଯାହାର ତଦନ୍ତ କରୁଥି ଓଡ଼ିଶା କ୍ରାଇମବ୍ରାଞ୍ଚ୍।

ଜାତୀୟ ମହିଳା କମିସନଙ୍କ ନିକଟରେ ରିପୋଟ ଦାଖଲ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଭରତପୁର ଥାନାରେ ଘଟିଥିବା ଘଟଣାର ସବିଶେଷ ତଥ୍ୟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ NCW । ପ୍ରମାଣ ସକ୍ଷ୍ୟ ଉପରେ ରିପୋର୍ଟରେ ଉଲ୍ଲେଖ ରହିଛି । ସେପଟେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ସିଆଇଡି ।

Get real time updates directly on you device, subscribe now.