fbpx

(Video) ଭରତପୁର ଥାନା ମାମଲା: ସୋମବାର ସାମ୍ନାକୁ ଆସିବ ସତ ! କାଲି ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ସହ ନିର୍ଯାତନା ମାମଲା । ଆସନ୍ତାକାଲି (ରବିବାର) ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଭରତପୁର ଥାନାର ନିଲମ୍ବିତ ଅଧିକାରୀଙ୍କ ସମେତ ଅନ୍ୟ ଚାରିଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ନେଇ ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍ ।

ସୂଚନା ଅନୁସାରେ, ସୋମବାର ଦିନ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ହେବ । ଏହାସହ ଅନ୍ୟ ଚାରିଜଣଙ୍କର ମଧ୍ୟ ଟେଷ୍ଟା ହେବା ନେଇ ଜଣାପଡିଛି । ଅନ୍ୟପଟେ ନାର୍କୋ ଟେଷ୍ଟ ଏବଂ ବ୍ରେନମ୍ୟାପିଂ ମଧ୍ୟ କରାଯିବ । ଏହି ଟେଷ୍ଟ ପାଇଁ ଭୁବନେଶ୍ବରର ଏସଡିଜେମ୍ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଦୀନକୃଷ୍ଣଙ୍କ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇଥିବା ବେଳେ ଶୁକ୍ରବାର ଅନ୍ୟ 4ଜଣଙ୍କ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଦୀନ ନିଲମ୍ବିତ ପୋଲିସ ଅଧିକାରୀମାନେ ହେଲେ ଦୀନକୃଷ୍ଣ ମିଶ୍ର, ବଳରାମ ହାଁସଦା, ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଏବଂ ସାଗରିକା ରଥ ।  କିଏ କହୁଛି ମିଛ କିଏ କହୁଛି ସତ? ପୋଲିସ କେତେ ସତ କହିଛି ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ଏହି ଘଟଣାରେ ଯିଏ ମିଛ ବୋଲି ଜଣାପଡିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

 

Get real time updates directly on you device, subscribe now.