fbpx

ଭାରତୀ ସିଂଙ୍କ ପୁଅ ସାଜିଲେ ଜୋକର: ଗୋଲାଙ୍କ କ୍ୟୁଟନେସ ଜିତିଲା ଲୋକଙ୍କ ହୃଦୟ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ସେ ତାଙ୍କ ଇଷ୍ଟାଗ୍ରାମରେ ତାଙ୍କ ପୁଅ ଗୋଲାର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି । ତେବେ କମେଡିଆନ୍ ଭାରତୀ ସିଂ ମାଆ ହେବା ଦିନରୁୁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି । ସେ ଅନେକ ସମୟରେ ତାଙ୍କ ପୁଅ ଗୋଲାର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥାନ୍ତି ।ସେହିପରି ବର୍ତ୍ତମାନ ଗୋଲାର ଆଉ ଏକ ନୂଆ ଲୁକ୍ ଇଣ୍ଟରନେଟ୍ରେ ଖୁବ ଭାଇରାଲ ହେବାର ଲାଗିଛି ।

କମେଡି କୁଇନ୍ ଭାରତୀ ସିଂ ନିଜ ପୁଅକୁ କ୍ଲାଉନ୍ କରି ଇଷ୍ଟାଗ୍ରାମରେ ତାର ସୁନ୍ଦର ଫଟୋ ସେୟାର କରିଛନ୍ତି । ଗୋଲା ଫଟୋର ବ୍ୟାକ୍ଗ୍ରାଉଣ୍ଡରେ ରାଜକାପୁରଙ୍କ ଫିଲ୍ମ ଜୋକରର ଜୀନା ୟାହାଁ ମର୍ନା ୟହାଁ ଗୀତ ଶୁଣିବାକୁ ମିଳୁଛି । ତେବେ ଭାରତୀ ଏକ ଫିଲ୍ଟର ସାହାଯ୍ୟରେ ଗୋଲାକୁ ଜୋକର ପରି ସଜାଇଥିବା ବେଳେ, ଗୋଲାର ଏହି ନୂଆ ଲୁକକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହା ପୂର୍ବରୁ କମେଡିଆନ୍ ଭାରତୀ ସିଂ ସ୍ୱାମୀ ହର୍ଷଙ୍କ ସହିତ ଏକ ମଜାଦାର ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ ଉଭୟ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିଲା ।

ଭାତତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ୨୦୧୭ ମସିହାରେ ବିବହ ବନ୍ଧନରେ ବାନ୍ଧି ହୋଇଥଇଲେ । ଏହାପରେ ୨୦୨୨ରେ ଉଭୟଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଯାହାକୁ ଭାରତୀ ଓ ହର୍ଷ ଶ୍ରଦ୍ଧାରେ ଗୋଲା ନାମ ଦେଇଛନ୍ତି । ତେବେ ଭାରତର ପ୍ରମୁଖ ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ । ସେ ଅନେକ ରିଆଲିଟି ଶୋ ରେ ଆଙ୍କର ଭାବରେ ନଜର ଆସିଛନ୍ତି । ଏଥିସହିତ ଭାରତୀ ସିଂ ଦି କପିଲ ଶର୍ମା ଶୋର ଏକ ଅଶଂ ମଧ୍ୟ ରହିସାରିଛନ୍ତି । ତେବେ ଆଜିକାଲି କମେଡି କୁଇନ୍ ଭାରତୀ ସିଂ ପୁଅ ଗୋଲାର ଯତ୍ନ ନେବାରେ ବ୍ୟସ୍ତ ଥିବା ଜଣାପଡିଛି ।

Get real time updates directly on you device, subscribe now.