fbpx
BJD SKY
BJD SKY

ହେପାଟାଇଟିସ୍ ସୃଷ୍ଟି କରେ ଲିଭର୍ କ୍ୟାନସର ସମେତ ଅନେକ ବିପଜ୍ଜନକ ରୋଗ : ଜାଣନ୍ତୁ କେଉଁ କାରଣରୁ ହୋଇଥାଏ ଏହି ସଂକ୍ରମଣ

BJD

ହେପାଟାଇଟିସ୍ ଲିଭର ସହ ଜଡିତ ଏକ ସଂକ୍ରମଣ ରୋଗ । ଯେଉଁଥିପାଇଁ ଅନେକ ସମୟରେ ଆମକୁ ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ । ତେବେ ପ୍ରତିବର୍ଷ ଏହି ହେପାଟାଇଟିସ୍ କାରଣରୁ ଅନେକ ଲୋକଙ୍କ ଜୀବନ ଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣ ହେପାଟାଇଟିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ କେଉଁ କାରଣରୁ ଏହା ହେଉଛି ତାହା ଜାଣିବା ନିହାତି ଜରୁରୀ । ଯାହା ଦ୍ୱରା ହେପାଟାଇଟିସ୍ ରୋଗକୁ ପ୍ରତିରୋଧ କରାଯାଇପାରିବ ।

ହେପାଟାଇଟିସ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଇଥାଏ । ଏହି ହେପାଟାଇଟିସ୍ ସଂକ୍ରମଣ ହେତୁ ଲିଭର ଫୁଲିଯାଇଥାଏ । ଅନେକ କ୍ଷେତ୍ରରେ ଏହି ସଂକ୍ରମଣ ଲିଭର କ୍ୟାନସର୍ ସମେତ ଅନେକ ଗମ୍ଭିର ରୋଗର ଆଶଙ୍କାକୁ ମଧ୍ୟ ବୃଦ୍ଧି କରିଥାଏ । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ ହେପାଟାଇଟିସ୍ କାରଣରୁ ପ୍ରତିବର୍ଷ ପ୍ରାୟ ୧୧ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ତେବେ ସବୁ ବୟସର ଲୋକେ ଏହି ରୋଗର ଶିକାର ହୋଇପାରନ୍ତି । ବର୍ତ୍ତମାନ ଚାଲନ୍ତୁ ଜାଣିବା ଏହି ରୋଗ କଣ ଏବଂ ଏହା କେଉଁ କାରଣରୁ ହୋଇଥାଏ ।

ହେପାଟାଇଟିସ୍ ସଂକ୍ରମଣ କ’ଣ: ଏହା ହେଇଛି ଏକ ଭାଇରାଲ ସଂକ୍ରମଣ । ଯାହା ଦ୍ୱରା ଲିଭର ବହୁମାତ୍ରାରେ ପ୍ରଭାବିତ ହେବା ସହ ଫୁଲିଯାଇଥାଏ । ତେବେ ହେପାଟାଇଟିସ୍ ବିଭିନ୍ନ ପ୍ରକାରର ହୋଇଥାଏ । ସେଥିମଧ୍ୟରୁ ସାଧାରଣ ହେଉଛି ହେପାଟାଇଟିସ୍ ଏ, ହେପାଟାଇଟିସ୍ ବି ଓ ହେପାଟାଇଟିସ୍ ସି । ଏହା ବ୍ୟତୀତ ମଦ୍ୟପାନ କାରଣରୁ ମଧ୍ୟ ଲିଭରରେ ହେପାଟାଇଟିସ୍ ସଂକ୍ରମଣ ହୋଇପାରେ ।

ହେପାଟାଇଟିସ୍ ଏ,ବି,ସି ର ମୁଖ୍ୟ କାରଣ : ଦୂଷିତ ଖାଦ୍ୟ ଓ ପାନୀୟ ଦ୍ୱାରା ହେପାଟାଇଟିସ୍ ଏ ସଂକ୍ରମଣ ହୋଇଥାଏ । ଏହା ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ମଧ୍ୟ ଏହାର ମୁଖ୍ୟ କାରଣ । ସେହିପରି ରକ୍ତଦାନ,ଛିଞ୍ଚିରେ ଆଘାତ,ଅସୁକ୍ଷିତ ଯୌନ ସମ୍ପର୍କ ଆଦି ହେପାଟାଇଟିସ୍ ବି ଓ ସି ର ପ୍ରମୁଖ କାରଣ ହୋଇଥାଏ । ବେଳେବେଳେ ଏହି ସଂକ୍ରମଣ ଗର୍ଭାବସ୍ତାରେ ମା ଠାରୁ ପିଲାକୁ ଯାଇପାରେ । ଏତତ୍ ବ୍ୟତୀତ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ହେପାଟାଇଟିସ୍ ହୋଇଥାଏ । ସେହିପରି କ୍ରୋନିକ ହେପାଟାଇଟିସକୁ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା କରା ନ ଯାଏ ତେବେ ଏହା ଲିଭରର ହଜମକାରୀ ରସ ଉତ୍ପାଦନ କରିବାର କ୍ଷମତାକୁ କମାଇଦେଇଥାଏ ।

Get real time updates directly on you device, subscribe now.