fbpx

ଗ୍ରାଜୁଏଟ୍ ପ୍ରାର୍ଥୀଙ୍କ ପାଇଁ BHELରେ ବାହାରିଛି ନିଯୁକ୍ତି: ଦରମା ୨ ଲକ୍ଷରୁ ଅଧିକ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବିଏଚଇଏଲରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର । ସିନିୟର ଇଞ୍ଜିନିୟର, ଡେପୁଟି ଇଞ୍ଜିନିୟର, ସିନିୟର ମ୍ୟାନେଜରଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ।

ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୩ ଟି ପଦବୀରେ ନିଯୁକ୍ତି କରାଯିବ । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ careers.bhel.inକୁ ଯାଇ ଆବେଦନ କରିପାରିବେ ।

ଏଠାରେ ଆବେଦନ ପାଇଁ ଲିଙ୍କ୍ ଆଜି ଅର୍ଥାତ୍୧୧ ମାର୍ଚ୍ଚ ୨୦୨୪ ରୁ ଆରମ୍ଭ କରାଯାଇଛି । ଏଠାରେ ଆବେଦନ ପାଇଁ ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୪ । ବିଏଚଇଏଲର ଏହି ପଦବୀରେ ନିଯୁକ୍ତି ପାଇଁ ଏଠାରେ ଆପଣ ଶିକ୍ଷାଗତ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ବୟସ ସୀମା ଏବଂ ଚୟନ ପ୍ରକ୍ରିୟା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।

ପଦବୀ :-
ସିନିୟର ଇଞ୍ଜିନିୟର -୧୯
ଡେପୁଟି ଇଞ୍ଜିନିୟର -୧୦
ସିନିୟର ମ୍ୟାନେଜର୍ -୪

ଶିକ୍ଷାଗତ ଯୋଗ୍ୟତା :-

ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡର ଏହି ପଦବୀଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ବିଷୟରେ ଆଲୋଚନା କରିବା, ଏଠାରେ ଆବେଦନ କରିବା ପାଇଁ ସିନିୟର ଇଞ୍ଜିନିୟର / ପାୱାର ଇଲେକ୍ଟ୍ରୋନିକ୍ସ ପାଇଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବିଇ / ବି.ଟେକ୍ /କ୍ୱି.ଏସସି ଇଞ୍ଜିନିୟରିଂ କରିଥିବା ଉଚିତ୍ । ଅଧିକ ସୂଚନା ପାଇଁ ଥରେ ଅଫିସିଆଲ୍ ୱେବସାଇଟ୍ ଯାଆନ୍ତୁ ।

ବୟସ ସୀମା :-

ବିଏଚଇଏଲର ଏହି ପୋଷ୍ଟଗୁଡିକରେ ବୟସ ସୀମା ବିଷୟରେ କହିବାକୁ ଗଲେ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୨ ବର୍ଷ ହେବା ଉଚିତ୍ । ସିନିୟର ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ସର୍ବାଧିକ ବୟସ ୪୨ ବର୍ଷରେ ସ୍ଥିର କରାଯାଇଛି ।

ଦରମା :-
ସିନିୟର ଇଞ୍ଜିନିୟର ପଦ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ମାସକୁ ୭୦,୦୦୦ ରୁ ୨୦୦,୦୦୦ ଟଙ୍କା ଦିଆଯିବ । ଡେପୁଟି ମ୍ୟାନେଜର ପଦ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ପ୍ରତି ମାସରେ ୮୦,୦୦୦ ରୁ ୨,୨୦,୦୦୦ ଟଙ୍କା ଦିଆଯିବ । ସିନିୟର ମ୍ୟାନେଜର ପଦ ପାଇଁ ଦରମା ୧,୦୦,୦୦୦ ରୁ ୨,୬୦,୦୦୦ ଟଙ୍କା ହେବ ।

କିପରି ଆବେଦନ କରିବେ ?

ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ careers.bhel.inକୁ ଯାଆନ୍ତୁ ।
ହୋମପେଜକୁ ଯାଆନ୍ତୁ ଏବଂ Recruitment For Experienced Engineer Professionals Recruitment 2024 ଉପରେ କ୍ଲିକ୍ କରନ୍ତୁ ।
ଏଠାରେ ନିଜକୁ ପଞ୍ଜୀକୃତ କର, ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପଞ୍ଜୀକରଣ ନମ୍ବର ଏବଂ ପାସୱାର୍ଡ ମିଳିଯିବ ।
ଏହା ପରେ ଆପଣଙ୍କର ଆବେଦନ ଫର୍ମକୁ ପୁରଣ କରନ୍ତୁ ।
ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ଏଠାରେ ସ୍କାନ୍ ଏବଂ ଅପଲୋଡ୍ କରନ୍ତୁ ।
ବର୍ତ୍ତମାନ ଆବେଦନ ଶୁଳ୍କ ପୈଠ କରନ୍ତୁ ଏବଂ ସବମିଟ୍ ଉପରେ କ୍ଲିକ୍ କରନ୍ତୁ ।
ଭବିଷ୍ୟତର ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ଫଟୋଗ୍ରାଫି ବାହାର କରନ୍ତୁ ।

 

Get real time updates directly on you device, subscribe now.