fbpx
BSKY
BJD MC SKY
BJD MS SKY

ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା, ରାଜନଗର ବନଖଣ୍ଡ ଅଧିକାରୀ ପକ୍ଷରୁ ନିର୍ଦ୍ଦେଶ ଜାରି

ରାଜନଗର: ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ବନ୍ଦ । କୁମ୍ଭୀର ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କ ମିଳନ ପର୍ବ ଏବଂ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ଯାଏଁ ଭିତରକନିକା ବନ୍ଦ ରହିବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି ।  ପ୍ରଜନନ ଋତୁ ସମୟରେ ମାଆ କୁମ୍ଭୀର ଅଣ୍ଡା ଦେବା ସମୟରେ ଅଧିକ ହିଂସ୍ର ହୋଇ ଉଠିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ଆସିବା ପାଇଁ ବାରଣ କରାଯାଇଛି ।

Get real time updates directly on you device, subscribe now.