ବାହାହେଲା କିନ୍ତୁ ବାସର ଶେଯ ଦେଖିପାରିଲାନି… ୭ ଜନ୍ମର ସାଥୀ ମାତ୍ର କିଛି ଘଣ୍ଟାରେ କରିଦେଲା ପର

ବାହାଘର ସାଜିଲା ଦଣ୍ଡ । ମଉଳିଗଲା ସବୁ ଅସୁମାରୀ ସ୍ୱପ୍ନ ।

ଭୋପାଳ: ମଧ୍ୟ ପ୍ରଦେଶ ଭୋପାଳର ଟିଟି ନଗରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଯାଇଛି । ଘଟଣା ବିଷୟରେ ଯେ, ଶୁଣୁଛି ସେ କାବା ହୋଇଯାଉଛି । କାରଣ ବାହାଘରର ମାତ୍ର ଗୋଟିଏ ଦିନ ପରେ ଅପହରଣ ହୋଇଗଲା କନିଆଁ । ଆଉ ଏହାପଛର କାରଣ ତ ଆହୁରି ସାଘାଂତିକ, ଯାହା ଜାଣିଲେ ଆପଣଙ୍କ ମଥା ବି ଘୁରିବା ଆରମ୍ଭ କରିବ ।

ଖୁସିଥିଲା ବର: ଟିଟି ନଗରର ଆସିଶ ରଜକ ଓ ରଶ୍ନୀ ସୋଲାଙ୍କିଙ୍କ ବାହାଘର ଗତ ମଙ୍ଗଳବାର ହୋଇଥିଲା । ବୁଧବାର ସେମାନଙ୍କର ରିସେପ୍ସନ ହେବାର ଥିଲା । ପାର୍ଟି ପାଇଁ ନବ ଦମ୍ପତି ଘରପାଖ ଏକ ପାର୍ଲରକୁ ଯାଇଥିଲେ । ଯେଉଁଠାରେ ସେମାନେ ମେକଅପ କରି ସିଧା ପାର୍ଟି ଭେନ୍ୟୁକୁ ଯାଇଥାନ୍ତୋ ।

କିନ୍ତୁ ପାର୍ଲରରୁ ବାହାରି କାରରେ ଆସିଲାବେଳେ କାରଟିକୁ କିଛି ଦୁର୍ବୃତ୍ତ ଅଟକେଇ କନିଆଁଙ୍କୁ ଟେକି ନେଇଥିଲେ । ସେମାନେ ଆସିଶଙ୍କୁ ମୁଥ ମାରିଥିବା ସେ କହିଛନ୍ତି । ଏହାପରେ ଆସିଶ ଓ ତାଙ୍କ ପରିବାର ନିକଟସ୍ଥ ଥାନାରେ ଏ ନେଇ ଅପହରଣ ମାମଲା ରୁଜୁ କଲେ ।

ପ୍ରେମିକକୁ ଝୁରୁଥିଲା ରଶ୍ନୀ: ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କଲା । ଯାହାପରେ ସତ ପଦାକୁ ଆସିଲା । ରଶ୍ନୀଙ୍କର ଅପହରଣ କରାଯାଇ ନ ଥିଲା, ବରଂ ବାହାଘର ପରେ ସେ ପୂର୍ବତନ ପ୍ରେମିକ ସହ ଫେରାର୍ ହୋଇଯାଇଥିଲେ ।

ହୋଇଗଲା ଫେରାର୍: ୫ବର୍ଷ ଧରି ରଶ୍ନୀ ପାଖ ଗାଁର ଅଙ୍କିତ ନାମକ ପୁଅ ସହ ପ୍ରେମ ସମ୍ପର୍କରେ ଥିଲେ । ଝିଅ ଘରଲୋକେ ଏ ବିଷୟରେ ଜାଣିବା ପରେ ରଶ୍ନୀଙ୍କ ବାହାଘର କରିବାକୁ ସ୍ଥିର କଲେ । ବାହାଘର ପାଇଁ ଇଚ୍ଛା ନ ଥାଇ ମଧ୍ୟ ପରିବାର ଚାପରେ ଆସି ରଶ୍ନୀ ବିବାହ କରିଥିଲେ ।

ରଶ୍ନୀ ଓ ଅଙ୍କିତ ଫେରାର୍ ଥିବାବେଳେ ସେମାନଙ୍କୁ ପୋଲିସ ଖୋଜୁଛି ।