fbpx
BSKY SKY
BSKY SKY

ଭୁବନେଶ୍ୱରରେ ୪ ସରକାରୀ କାର୍ଯ୍ୟାଳୟ ସମେତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ସିଲ କଲା ବିଏମସି

BSKY

ଭୁବନେଶ୍ୱର, ୨୯/୦୪: ଆଜି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଭୁବନେଶ୍ୱରର ଚାରିଟି ସରକାରୀ ଅଫିସ ଏବଂ ଶ୍ରୀୟା ଛକ ନିକଟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚର କିଛି ଷ୍ଟାଫ କୋଭିଡ ପଜିଟିଭ ବହାରିବା ପରେ ସିଲ  କରିଛି ।

ଚାରି ଦିନ ଧରି ଏହି ବ୍ୟାଙ୍କକୁ ସିଲ୍ କରାଯାଇଥିବାବେଳେ । ଭୁବନେଶ୍ୱର ସବ୍ କଲେକ୍ଟର କାର୍ଯ୍ୟାଳୟ, ଭୁବନେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟ, ଖଣ୍ଡଗିରି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ଜିଲ୍ଲା-ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କୁ ସାତ ଦିନ ପାଇଁ ସିଲ୍ କରାଯାଇଛି ।

ଏହି କାର୍ଯ୍ୟାଳୟ ଏବଂ ବ୍ୟାଙ୍କର ପରିସରକୁ ସାନିଟାଇଜ କରାଯିବା ସହ କାର୍ଯ୍ୟାଳୟର ଷ୍ଟାଫମାନଙ୍କୁ ହୋମ ଆଇସୋଲେସନରେ ରହିବା ଏବଂ ଲକ୍ଷଣ ଦେଖାଦେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କାର୍ଯ୍ୟାଳୟକୁ ପ୍ରବେଶ ଉପରେ ବାରଣ କରାଯାଇଛି।

Get real time updates directly on you device, subscribe now.