fbpx

୪ଟି ପିଲାର ମା’କୁ ନେଇ ୬୦ ବର୍ଷର ବୃଦ୍ଧ ଫେରାର

କେନ୍ଦୁଝର ୨୯ ।୪ (ଓଡ଼ିଶା ଭାସ୍କର) : ଚାରିଟି ପିଲାର ମା’କୁ ନେଇ ୬୦ ବର୍ଷର ବୃଦ୍ଧ ଫେରାର । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ମୁଣ୍ଡାସାହିରେ । ଅଜି ବ୍ୟକ୍ତି ଜଣଙ୍କ ଗାଁକୁ ଆସିଥିବା ବେଳେ ଧରାପଡି ଯାଇ ଗ୍ରାମବାସୀଙ୍କ ଦ୍ୱାରା ନିସ୍ତୁକ ମାଡ ମରାଯାଇଛି । ଖବରପାଇ ଟାଉନ୍ ଥାନା ପୋଲିସ୍ ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ସୂଚନା ଅନୁସାରେ ମହିଳାଙ୍କ ସହ ୬୦ ବର୍ଷ ବୃଦ୍ଧଙ୍କର ପ୍ରେମ ସମ୍ପର୍କ ଥିଲା । ଏହାପରେ ବୃଦ୍ଧ ମହିଳାଙ୍କୁ ନେଇ କୁଆଡେ ଚାଲିଯାଇଥିଲେ । ମହିଳାଙ୍କ ଜିବାର କିଛିଦିନ ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ବୃଦ୍ଧ ବ୍ୟକ୍ତି ଜଣଙ୍କ ମହିଳାଙ୍କ ସ୍ୱାମୀର ଦଶାହ କର୍ମରେ ଯୋଗ ଦେବା ପାଇଁ ଗ।।ଁକୁ ଆସିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗାଁ ଲୋକେ ବୃଦ୍ଧଙ୍କୁ ଅଟକାଇ ମହିଳାଙ୍କ ବିଷୟରେ ପଚାରିବା ସହ ନିସ୍ତୁକ ମାଡ ମଧ୍ୟ ମାରଥିଲେ ।

 

Get real time updates directly on you device, subscribe now.