fbpx

BIG BREAKING: ନୂଆ ବର୍ଷ ପୂର୍ବରୁ ଅଶାନ୍ତ ହେଲା ଭୁବନେଶ୍ୱର: ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଓଡିଶା ଭାସ୍କର: ନୂଆ ବର୍ଷ ପୂର୍ବରୁ ଅଶାନ୍ତ ହେଲା ରାଜଧାନୀ ଭୁବନେଶ୍ୱର। ଜନ ଗହଳିପୂର୍ଣ୍ଣ ରାସ୍ତାରେ ୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।

ସୂଚନା ଅନୁଯାୟୀ, ଏଇ କିଛି ସମୟ ତଳେ ଏୟାରପୋର୍ଟ ଟ୍ରାଫିକ ଛକରେ ୨ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ତେବେ କିଛି ଦୁବୃର୍ତ୍ତ ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଦୁବୃର୍ତ୍ତ ମାନେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଏହି ଆକ୍ରମଣରେ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଆଉ ଜଣେ କେବଳ ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ମଦନ ମହାରଣା ଓରଫ ଶିବା। ଅନ୍ୟ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିବାଙ୍କ ଘର ସ୍ଥାନୀୟ ଭୀମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି ସେନେଇ କିଛି ଜଣାପଡି ନାହିଁ।

Get real time updates directly on you device, subscribe now.