fbpx

ଓଡ଼ିଶାରେ ହେବାକୁ ଯାଉଛି ଭାରତର ପ୍ରଥମ ମିଲେଟ ସମ୍ମିଳନୀ: ଯୋଗଦେବେ ଅନେକ ଜାତୀୟ ଆନ୍ତର୍ଜାତୀୟ ହିତାଧିକାରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହେବାକୁ ଯାଉଛି ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ । ଚଳିତ ବର୍ଷ ହେବାକୁ ଥିବା ମିଲେଟ ସମ୍ମିଳନୀ ପ୍ରଥମ ଥର ପାଇଁ ଓଡ଼ିଶାର ଭୁବନେଶ୍ୱରରେ ହେବାକୁ ଯାଉଛି । କୃଷି ଭବନରେ ଆଯୋଜିତ ପ୍ରେସ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ତଥା ବିଦେଶର ଅନେକ ହିତାଧିକାରୀ ଭାଗନେବେ । ମିଲେଟର ଉପଯୋଗ ଏବଂ ଏହାର ଆବଶ୍ୟକତାକୁ ନେଇ ସମସ୍ତଙ୍କୁ ସଚେତନ କରାଇବା ସେମାନଙ୍କର ପ୍ରମୁଖ ଉଦ୍ଦେଶ୍ୟ ।

ଏହି ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଭାରତରେ ପ୍ରଥମ । ତେବେ ଏହାର ଥୀମ ରହିଛି ‘ମିଲେଟ- ନୂତନ ଆହ୍ୱାନ ପାଇଁ ପୁରାତନ ଶସ୍ୟ ।’

ସୂଚନାଯୋଗ୍ୟ, ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ଓଡ଼ିଶା ମାଣ୍ଡିଆ ଦିବସ ଭାବେ ପାଳନ କରିଥାଏ ।

Get real time updates directly on you device, subscribe now.