fbpx
BJD SKY
BJD SKY

JEE Main 2024 ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍: ଏପରି କରନ୍ତୁ ଆବେଦନ, ଜାଣନ୍ତୁ କେବେ ଅଛି ପରୀକ୍ଷା ?

BJD

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ ପାଇଁ ହେବାକୁ ଥିବା ଆଇଆଇଟି ଗେଇଇ ମେନ୍ ୨୦୨୪ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଜେଇଇ ମେନ୍ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ଏହି ପରୀକ୍ଷା ପାଇଁ ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ :-
ଜେଇଇ ମେନ୨୦୨୪ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ଏନଟିଏର ଅଫିସିଆଲ୍ ୱେବସାଇଟ୍ jeemain.ntaonline.in ଯିବାକୁ ପଡିବ । ୱେବସାଇଟର ହୋମପେଜରେ ନିମ୍ନରେ ଦିଆଯାଇଥିବା ଷ୍ଟେପ୍ସଗୁଡ଼ିକୁ ଅନୁସରଣ କରି ଆପଣ ପଞ୍ଜିକରଣ କରିପାରିବେ ।

ଜେଇଇ ମେନ୍ ରେଜିଷ୍ଟେି୍ରସନ୍ ଏପରି କରନ୍ତୁ :-

-ପଞ୍ଜୀକରଣ ପାଇଁ ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.ntaonline.in କୁ ଯାଆନ୍ତୁ ।
-ୱେବସାଇଟର ହୋମପେଜରେ Joint Entrance Examination ଲିଙ୍କରେ କ୍ଲିକ୍ କରନ୍ତୁ ।
-ଏହା ପରେ ଆପଣଙ୍କୁ JEE Main Exam 2024 Online Registrationର ଲିଙ୍କକୁ ଯିବାକୁ ପଡିବ ।
-ପରବର୍ତ୍ତୀ ପୃଷ୍ଠାରେ ପଚରାଯାଇଥିବା ବିବରଣୀ ସହିତ ପଞ୍ଜିକରଣ କର ।
-ପଞ୍ଜୀକରଣ ପରେ ଆପଣ ଆବେଦନ ଶୁଳ୍କ ଦେଇପାରିବେ ।

ତାରିଖ :-

ଜେଇଇ ମେନ୍ ୨୦୨୪ ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ – ୨ ନଭେମ୍ବର ୨୦୨୩ ।
ଜେଇଇ ମେନ୍ ୨୦୨୪ ରେ ପଞ୍ଜୀକରଣ ପାଇଁ ଶେଷ ତାରିଖ- ୩୦ ନଭେମ୍ବର ୨୦୨୩ ।
ଜେଇଇ ମେନ୍ ୨୦୨୪ ଅଧିବେଶନ ୧ ପରୀକ୍ଷା- ୨୪ ଜାନୁଆରୀ ୨୦୨୪ ରୁ ୧ ଫେବୃଆରୀ ୨୦୨୪ ।
ଆଡମିଟ୍ କାର୍ଡ ରିଲିଜ୍ ତାରିଖ- ପରୀକ୍ଷାର ୩ ଦିନ ପୂର୍ବରୁ ।
ଜେଇଇ ମେନ୍ ଅଧିବେଶନ ୧ ଫଳାଫଳ ଜାରି ହେବାର ତାରିଖ – ୧୨ ଫେବୃଆରୀ ୨୦୨୪ ।

ଜେଇଇ ମେନ୍ ୨୦୨୪ ଆବେଦନ ଶୁଳ୍କ :-

ଜେଇଇ ମେନ୍ ୨୦୨୪ ରେ ପଞ୍ଜୀକରଣ କରିବାକୁ ଜେନେରାଲ୍, ଓବିସି ଏବଂ ଇଡବ୍ଲୁ ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ । ଏଥି ସହିତ ସାଧାରଣ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ଦେୟ ୮୦୦ ଟଙ୍କା ରହିଛି । ଏହା ବ୍ୟତୀତ ଏସସି ଏସଟି ପ୍ରାର୍ଥୀଙ୍କୁ ପଞ୍ଜୀକରଣ ଫି ଭାବରେ ୫୦୦ ଟଙ୍କା ଜମା କରିବାକୁ ପଡିବ । ଅଧିକ ସୂଚନା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ ।

Get real time updates directly on you device, subscribe now.