ଫିଲ୍ମ ‘ତେରେ ନାମ’ ରେ ଲୋକଙ୍କୁ ଆକୃଷ୍ଟ କରିଥିବା ଭୂମିକା ଚାୱଲା ଆଜି ୪୫ ବର୍ଷରେ ପାଦ ରଖିଛନ୍ତି

ମୁମ୍ବାଇ : ମାସୁମ ଚେହେରା ବଡ ଅଖି ଏପରି ରହିଛି ଭୂମିକାଙ୍କ ଗଠନ । ତେବେ ଭୂମିକା ଚାୱାଲା ତାଙ୍କର ପ୍ରଥମ ଫିଲ୍ମରେ ଲୋକମାନଙ୍କୁ ଆକୃଷ୍ଟ କରିଥିଲେ । କିନ୍ତୁ ଫିଲ୍ମ ତେରେ ନାମରେ ସାଧାରଣ ଝିଅ ଭୂମିକାରେ ନଜର ଆସିଥିବା ଭୂମିକା ଏବେ ବଦଳି ଯାଇଛନ୍ତି । ବୟସ ସହିତ ତାଙ୍କ ଚେହେରାରେ ମଧ୍ୟ ପରିବର୍ତ୍ତନ ହୋଇଛି ।

ଦେଖିବାକୁ ଗଲେ ଗତ କିଛି ଦିନ ହେବ ଭୂମିକା ଚାୱଲା ଲାଇମଲାଇଟରୁ ଦୂରରେ ଅଛନ୍ତି । ସେ ୨୦ ବର୍ଷ ପରେ ସଲମାନଙ୍କ ଫିଲ୍ମ ‘କିସିକା ଭାଇ କିସିକା ଜାନ’ ରେ ନଜରକୁ ଆସିଥିଲେ । ଏଥିରେ ସେ ଅଭିନେତ୍ରୀ ପୁଜା ହେଗଡେଙ୍କ ଭାଉଜ ଭୂମିକାରେ ନିଜର ଆସିଥିଲେ । ତାଙ୍କର ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବେ ଭୂମିକାଙ୍କ ଅନ୍ଦାଜ ମଧ୍ୟ ବଦଳି ଯାଇଛି । ଆଗରୁ ସାଧାରଣ ଝିଅ ଭାବରେ ନଜର ଅସୁଥିବା ବେଳେ ଏବେ ସେ ବୋଲ୍ଡ ଏବଂ ଗ୍ଲାମର ଦେଖାଯାଉଛନ୍ତି ।
ଭୂମିକା ଏବେ ଅଧିକ ଫଲ୍ମରେ ନଜରକୁ ଆସୁନାହାନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ଅଛନ୍ତି । ଆଜି ତାଙ୍କର ୪୫ ତମ ଜନ୍ମ ଦିନ ଅବସରରେ ସେ ନିଜର ଫଟୋ ମଧ୍ୟ ସେୟାର କରିଛନ୍ତି ।

ପୂର୍ବତନ ମଡେଲ ଏବଂ ଅଭିନେତ୍ରୀ ଭୂମିକା ଚାୱଲା ୨୧ ଅଗଷ୍ଟ ୧୯୭୮ରେ ଦିଲ୍ଲର ଏକ ପଞ୍ଜାବି ପରିବାରରେ ତାଙ୍କ ଜନ୍ମ ହୋଇଥିଲା । ସେ ତାଙ୍କର ପାଠ ପଢା ମଧ୍ୟ ଦିଲ୍ଲୀରୁ ଶେଷ କରିଥିଳେ । ଭୂମିକାଙ୍କ ବାପା ଜଣେ ଅର୍ମି ଅଫିସର ଥିଲେ । ଭୂମିକାଙ୍କ ଜଣେ ବଡ ଭାଇ ଏବଂ ଛୋଟ ଭଉଣୀ ମଧ୍ୟ ଅଛନ୍ତି । ଭୂମିକା ନିଜ ପାଠ ପଢା ସରିବା ପରେ ସେ ଫିଲ୍ମ ଦୁନିଆରେ ନିଜର କ୍ୟାରିୟର କରିବାକୁ ଚାହିଁଥିଲେ । ଏହା ପରେ ସେ ୧୯୯୭ ରେ ମୁମ୍ବାଇ ଆସିଥିଲେ । ମୁମ୍ବାଇ ଆସିବା ପରେ କାମ ପାଇଁ ତାଙ୍କ ଅନେକ ସଂର୍ଘଷ କରିବାକୁ ପଡିଥିଲା । ପ୍ରଥମେ ତାଙ୍କୁ କେତେକ ବିଜ୍ଞାପନ ଏବଂ ଆଲବମ୍‌ରେ ଦେଖିବାକୁ ମିଳିଥିଲା । ଏହା ପରେ ସେ ୨୦୦୦ ମସିହାରେ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଆମ୍ଭ କରିଥିଲେ । ‘ୟୁବାକୁଦୁ’ ଫିଲ୍ମରେ ସେ ପ୍ରଥମେ କାମ କରିଥିଲେ । ଏହା ପରେ ତାଙ୍କ ଫିଲ୍ମ ଥିଲା ‘ଖୁସି’ । ଏହି ଫିଲ୍ମରେ ସେ ପବନ କଲ୍ୟାଣଙ୍କ ଅପୋଜିଟ୍‌ରେ ନଜରକୁ ଆସିଥିଲେ । ଏହି ଫିଲ୍ମ ଟି ହିଟ ହୋଇଥିଲା । ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା ।

ତେଲଗୁ ଫିଲ୍ମରେ ଭଲ କାମ କଲା ପରେ ସେ ହିନ୍ଦି ସିନେମାନେ ନିଜ ପାଦ ରଖିଥିଲେ । ୨୦୦୩ରେ ସେ ସଲମାନଙ୍କ ସହିତ ଫିଲ୍ମ ‘ତେରେ ନାମ’ରେ କାମ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବିଜନେସ କରିଥିଲା । ଏହି ଫିଲ୍ମରେ ନିଜ ଅଭିନୟ ପାଇଁ ଭୂମିକା ଚର୍ଚ୍ଚାରେ ଥିଲେ । ଏହି ଫିଲ୍ମରେ ଭୂମିକା ସାଧା ସିଧା ପ୍ରେମିକା ଭାବରେ ନଜରକୁ ଆସିଥିଲେ । ଏହି ଭୂମିକା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

ଫିଲ୍ମ ‘ତେରେ ନାମ’ ପରେ ଭୂମିକା ‘ରନ’ ,‘ସିଲସିଲା’, ‘ଦିଲ ନେ ଜିସେ ଆପନା କହା’ ଏବଂ ‘ଦିଲ ଜୋ ଭି କହେ’ ଫିଲ୍ମରେ ନଜରକୁ ଆସିଥିଲେ । କିନ୍ତୁ ଫିଲ୍ମ ତେରେ ନାମ ପରି ଏହି ଫିଲ୍ମ ଗୁଡିକ ଆଗକୁ ଚାଲି ନଥିଲା । ସେ ଯେତେବେଳେ ଦେଖିଲେ ହିନ୍ଦି ଫିଲ୍ମରେ ତାଙ୍କର କିଛି ଲାଭ ହେଉନି ଏହା ପରେ ସେ ସାଉଥ ଇଣ୍ଡଷ୍ଟ୍ରିକୁ ପୁଣି ଫେରି ଯାଇଥିଲେ । ଶେଷ ଥର ସେ ଫିଲ୍ମ ‘ଏମଏସ ଧୋନି’ରେ ଅଭିନୟ କରିଥିଲେ । ଯାହା ୨୦୧୬ରେ ରିଲିଜ ହୋଇଥିଲା । ଏବେ କିନ୍ତୁ ଭୂମିକା ଅଧିକ ଫିଲ୍ମରେ ନଜରକୁ ଆସୁ ନାହାନ୍ତି । କେବେ କେବେ ତାମିଲ ଫିଲ୍ମରେ ନଜରକୁ ଆସୁଛନ୍ତି ।

ଭୂମିକା ଫିଲ୍ମରେ ନଜର ଆସିବା ପୂର୍ବରୁ ସେ ଯୋଗ ଶିଖୁଥିଲେ । ସେତେବେଳେ ଯୋଗ ତାଲିମ ଦେଉଥିବା ଟ୍ରେନରଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭରତ ଠାକୁର ତାଙ୍କ ଯୋଗ ଟ୍ରେନର ଥିଲେ । ସେ ୨୦୦୭ରେ ଭରତ ଠାକୁରଙ୍କୁ ବିବାହ କରିଥିଲେ । ୨୦୧୪ରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା ।

Get real time updates directly on you device, subscribe now.