fbpx

ବିବାହିତା ମହିଳାଙ୍କ MMS କରି ଗଣଦୁଷ୍କର୍ମ କଲେ ସମ୍ପର୍କୀୟ, ଦୁଇ ବର୍ଷ ତଳେ ହୋଇଥିଲା ବିବାହ

ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ଜଣେ ବିବାହିତା ମହିଳାଙ୍କ ଅଶ୍ଲୀଳ ଭିଡିଓ ବନାଇ ତାଙ୍କର ସମ୍ପକୀୟ କରିଥିଲେ ଗଣଦୁଷ୍କର୍ମ । ସେତିକି ନୁହେଁ ଭିଡିଓ ଭାଇରାଲ କରିଦେବା ଧମକ ଦେଇ ମଧ୍ୟ ଅନେକ ଥର ତାଙ୍କ ସହ କରିଥିଲେ ଗଣଦୁଷ୍କର୍ମ । ମହିଳା ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ଭାଇକୁ ଆତ୍ମହତ୍ୟା କରିବାର ସୂଚନା ଦେଇଥିଲେ । ତେବେ ଠିକ୍ ସମୟରେ ମହିଳାଙ୍କ ଭାଇ ପହଞ୍ଚି ତାଙ୍କୁ ରକ୍ଷା କରିଥିଲେ ।

ସୂଚନା ଅନୁଯାୟୀ, ମହିଳାଙ୍କ ବିବାହ ୨୦୧୯ରେ ରୋହିଣୀ ସେକ୍ଟର-୩ରେ ହୋଇଥିଲା । ପୀଡ଼ିତା ନିଜ ବୟାନରେ କହିଛନ୍ତି ଶାଶୁଘରେ ତାଙ୍କ ଦିଅର ତାଙ୍କୁ ଦୁଷ୍କର୍ମ କରିଥିଲେ ଘଟଣା ବିଷୟରେ ମହିଳା ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କୁ ଜଣାଇଥିଲେ ବି ସେମାନେ ଲୋକଲଜ୍ଜାର ଆଳ ଦେଖାଇ ଚୁପ୍ ବସିଥିଲେ ଏବଂ ଥାନାରେ ଏତଲା ମଧ୍ୟ କରିବାକୁ ଦେଇନଥିଲେ । ପରେ ଅଭିଯୁକ୍ତର ସାହସ ବଢ଼ିଥିଲା ଏବଂ ପୁଣିଥରେ ସେ ତାଙ୍କ ମଉସା ଓ ତାଙ୍କ ସମ୍ପକୀୟ ଭାଇ ଘରେ ମଦ ପିଇଥିଲେ ଏବଂ ସମସ୍ତେ ମହିଳାଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ ଏହାର ଭିଡିଓ ବନାଇ ମହିଳାଙ୍କୁ ବ୍ଲାକମେଲ କରଥିଲେ । ସେମାନେ ଭିଡିଓ ଏବଂ ଫଟୋକୁ ତାଙ୍କର ବାପଘର ଲୋକଙ୍କୁ ପଠାଇବାକୁ ପଠାଇବାର ଧମକ ବି ଦେଇଥିଲେ । ଭିଡିଓ ବନାଇବା ପରେ ମଧ୍ୟ ଦିଅର ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା । ଏଥିରେ ମଧ୍ୟ ଚୁପ୍ ରହିଥିଲେ ମହିଳାଙ୍କ ଶାଶୁ ଏବଂ ସ୍ୱାମୀ ସେମାନେ ପୋଲିସରେ ମଧ୍ୟ ମାମଲା ରୁଜୁ କରିବାକୁ ଦେଇନଥିଲେ ।

ଶେଷରେ ନିରାଶ ହୋଇ ମହିଳା ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ । ତେବେ ଠିକ ସମୟରେ ତାଙ୍କ ଭାଇ ତାଙ୍କୁ ବଞ୍ଚାଇଦେଇଥିଲେ ଏନେଇ ରୋହିଣି ସାଉଥ ଥାନାରେ ମାମଲା ରୁଜୁ କରିଥିଲେ । ମହିଳାଙ୍କ ବୟାନ ପରେ ରୋହିଣି ସାଉଥ୍ ଥାନା ପୋଲିସ ଆଇପିସି ଧାରା ୩୭୬/୩୭୬ଡି ଏବଂ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ତେବେ ମାମଲା ରୁଜୁ ହୋଇଥିଲେ ବି ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା କହିଛନ୍ତି ପୀଡ଼ିତା ମହିଳା । ସେପଟେ କେସ ଫେରାଇ ନେବାକ ଶାଶୁଘର ଲୋକେ ଚାପ ପକାଉଥିବା ନେଇ କହିଛନ୍ତି ପୀଡ଼ିତା ।

Get real time updates directly on you device, subscribe now.