fbpx

ଅଞ୍ଜନା ଗଣଦୁଷ୍କର୍ମ ମାମଲା: ସିବିଆଇ ଅଫିସରେ ବିବନ

ଭୁବନେଶ୍ୱର, ୪।୩ (ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି । ବିବନକୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ୨ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ ସିବିଆଇ ସମ୍ମୁଖରେ ୨୨ ବର୍ଷ ତଳର ସେହି ଜଘନ୍ୟ କାଣ୍ଡର ସତ ଓଗାଳିବ ବିବନ୍ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସିବିଆଇ ଜେରା ଆରମ୍ଭ କରିଥିବା ଜଣାପଡ଼ିଛି ।

ତେବେ ତେବେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଝାରପଡା ଜେଲ ପରିସରରେ ଗତକାଲି ଟିଆଇ ପରେଡ ହୋଇଥିଲା । ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଟିଆଇ ପରେଡ ହୋଇଥିଲା । ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନିବା ପାଇଁ ହୋଇଥିଲା ଏହି ଟିଆଇ ପରେଡ । ଟିଆଇ ପରେଡ ବେଳେ ବିବନ ବିଶ୍ୱାଳକୁ ଅଞ୍ଜନା ମିଶ୍ର ଚିହ୍ନିପାରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.