fbpx

ବିଦ୍ୟାଭାରତୀଙ୍କ ସଫେଇ, DFOଙ୍କୁ ଜାଣିନି; CCTV ଦେଖ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ପରସ୍ଥିତି ଦିନକୁ ଦିନ ଅଡୁଆ ହେବାରେ ଲାଗିଛି । ଏପଟେ ପତ୍ନୀ ବିଦ୍ୟାଭାରତୀ ଡିଏଫ୍ଓଙ୍କ ସହିତ ତାଙ୍କରୂ ପରକୀୟା ପ୍ରୀତିକୁ ଅସ୍ୱୀକାର କରିଛନ୍ତି । ଅନୈତିକ ସମ୍ପର୍କ ଓ ରୋଷେୟା ସହିତ ମିଶି ହତ୍ୟା ଅଭିଯୋଗକୁ ଖାରଜ କରିଛନ୍ତି ବିଦ୍ୟାଭାରତୀ । ଡିଏଫ୍ଓଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ବିଦ୍ୟା କହିଛନ୍ତି ମୁଁ ଡିଏଫ୍ଓଙ୍କୁ ଚିହ୍ନିନି । ଏହା ସହିତ ତାଙ୍କ ସହିତ କେବେ କଥା ମଧ୍ୟ ହୋଇନାହିଁ ।

ଏହା ସହିତ ସରକାରୀ କ୍ୱାର୍ଟରରେ ରହିଥିବା ସିସିଟିଭି ଯାଞ୍ଚ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ବିଦ୍ୟାଭାରତୀ କହିଛନ୍ତି । ସୌମ୍ୟ ଆତ୍ମହତ୍ୟା କରିନଥିବା ନେଇ ମଧ୍ୟ ବିଦ୍ୟା ଭାରତୀ ଦାବି କରିଛନ୍ତି । ପୋଲିସ ଉପରେ ତାଙ୍କର ଭରସା ରହିଛି ବୋଲି କହିବା ସହିତ ଉଚିତ ତଦନ୍ତ ଦାବି କରିଛନ୍ତି ବିଦ୍ୟାଭାରତୀଙ୍କ ବାପା । ଝିଅ ନାମରେ ଆସିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ବିଦ୍ୟାଙ୍କ ବାପା । ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଏକାଧିକ ଥିଓରୀ ସାମ୍ନାକୁ ଆସିଥିଲେ ହେଁ ପୋଲିସ ତଦନ୍ତ ପରେ ସବୁ ଘଟଣା ସ୍ପଷ୍ଟ ହେବ । ସେହିପରି ସୋମବାର ଗଜପତିରୁ ଆସିଥିବା ୬ ଜଣିଆ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଅଢେଇ ଘଣ୍ଟା ଧରି ବିଦ୍ୟାଭାରତୀଙ୍କୁ ଜେରା କରିଛି ।

Get real time updates directly on you device, subscribe now.