fbpx

Video; ରାସନକାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା; ଖୋଲିବ ଚାଉଳ ATM

ଭୁବେନଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ଚାଉଳ ପାଇଁ ହଇରାଣ ହେବାକୁ ପଡିବନି । କାର୍ଡ ଗଳାଇଲେ ବାହାରିବ ଚାଉଳ । ଖୁବଶୀଘ୍ର ଭୁବେନଶ୍ୱରରେ ଖୋଲା ହେବାକୁ ଯାଉଛି ଚାଉଳ ଏଟିଏମ । ରାସନକାର୍ଡ ହିତାଧୀକକାରୀଙ୍କ ପାଇଁ ଏହି ଚାଉଳ ଏଟିଏମ ଖୋଲିବ । ହିତାଧୀକାରୀଙ୍କୁ ଦିଆଯିବ ସ୍ୱତନ୍ତ୍ର କାର୍ଡ । ଯାହାଦ୍ୱାରା ସେମାନେ ସୁବିଧା ଓ ସହଜରେ ଚାଉଳ ଉଠାଇପାରିବେ ।

କେବଳ ମେସିନରେ କାର୍ଡ ଗଳାଇଲେ ଆପେ ଆପେ ବାହାରିବ ଚାଉଳ । ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଏହା ଆରମ୍ଭ କରାଯିବା ନେଇ ଘୋଷଣା । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ତେବେ ଓଡିଶା ପାଇଁ ଏହା ହୁଏତ ନୂଆ ହୋଇଥାଇପାରେ । କିନ୍ତୁ ପୂର୍ବରୁ ଅନେକ ରାଜ୍ୟରେ ଏହି ସୁବିଧା କରାଯାଇଛି । ବାସ୍ତବରେ ଦେଖିବାକୁ ଗଲେ ରାସନ ଦୋକାନରେ ମାତ୍ରାଧିକ ଗହଳି ହେଉଥିବାରୁ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଚାଉଳ ମେସିନ ଲଗାଯିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇପାରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.