fbpx

ସନରାଇଜର୍ସ ହାଇଦ୍ରାବାଦର ବଡ଼ ଘୋଷଣା: IPL-2024 ପାଇଁ ପ୍ୟାଟ କମିନ୍ସଙ୍କୁ ବାଛିଲା ନୂଆ ଅଧିନାୟକ

Advertisement

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଚମ୍ପିଆନ୍ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ଼ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟକୁ ଅଳ୍ପ ଦିନ ବାକି ଥିବା ବେଳେ ନୂଆ ଅଧିନାୟକ ବାଛିଛି ସନରାଇଜର୍ସ ହାଇଦ୍ରାବାଦ । ଆସନ୍ତା ସିଜନ ପାଇଁ ଏଡେନ ମାର୍କରମଙ୍କ ହାତରୁ ନେତୃତ୍ୱ ପଦ ଛଡ଼ାଇ ନେଇଛି ଏହି ଫ୍ରାଞ୍ଚାଇଜି । ଚଳିତ ସିଜନରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ପ୍ୟାଟ କମିନ୍ସ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଭାବରେ ଦାୟିତ୍ୱ ନେଇଛନ୍ତି । ୨୦୨୩ ମସିହାରେ ଏଡେନ୍ ମାର୍କରମ ଦଳର ନେତୃତ୍ୱ ନେଇଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ଆଶାନୁରୂପ ରହିନାହିଁ ।

Get real time updates directly on you device, subscribe now.