fbpx

‘ସୁଭଦ୍ରା ଯୋଜନା’ରେ ବଡ଼ ଘୋଷଣା: ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଏହାର ସୁବିଧା

ଭୁବନେଶ୍ୱର: ସାରା ରାଜ୍ୟରେ ମହିଳା ବିକାଶ ଅଭିମୁଖୀ  ‘ସୁଭଦ୍ରା’ ଯୋଜନାକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି । ରାଜ୍ୟର ପ୍ରତ୍ୟେକ ମହିଳା(୨୧ ରୁ ୬୦ ବର୍ଷ)ଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏବେ ଆଉ ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ସମସ୍ତ ମହିଳାଙ୍କୁ ମଧ୍ୟ ସୁଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣଶା ହୋଇଛି । ପୂର୍ବରୁ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ଟଙ୍କା ମିଳିପାରିବ ବୋଲି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୁଭଦ୍ରା ଯୋଜନାକୁ ନେଇ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏହି ଯୋଜନାରେ ପ୍ରବାସି ଓଡ଼ିଆ ମହିଳା ମଧ୍ୟ ନିଜକୁ ସାମିଲ କରିପାରିବେ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ବାହାରେ ରହୁଥିବା ପ୍ରବାସି ମହିଳା ମଧ୍ୟ ସୁଭଦ୍ରା ଯୋଜନାର ଫାଇଦା ପାଇପାରିବେ । ସେମାନେ ଯଦି ଓଡ଼ିଶାର ହୋଇଥିବେ ଏବଂ ସେମାନଙ୍କର ଆଧାର ନମ୍ବର ଯଦି ଓଡ଼ିଶାର ହୋଇଥିବ, ତେବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।

Get real time updates directly on you device, subscribe now.