fbpx
BJD
BJD SKY
BJD SKY

ସରକାରଙ୍କ ବଡ ନିଷ୍ପତ୍ତି: ୯ରୁ ଖୋଲିବ ରାଜଧାନୀରେ ସ୍କୁଲ

BJD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢୁଥିବାବେଳେ ଆଜି ସେଥିରେ ସୁଧାର ଆସିଛି । ଫଳରେ ୱାର୍କ ଫର୍ମ ହୋମ ବ୍ୟବସ୍ଥାକୁ ଶେଷ କରାଯାଇଛି। ଏଥିସହିତ ପ୍ରଦୂଷଣକୁ ନେଇ ୩ ଦିନ ତଳେ ଜାରି ହୋଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଏହି କଟକଣା ହଟିବା ପରେ ବନ୍ଦ ଥିବା ନିର୍ମାଣଧିନ କାର୍ଯ୍ୟକୁ ପୁର୍ନବାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଏସ-୬ ଡିଜେଲ ଯାନକୁ ମଧ୍ୟ ସହର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିଛି । ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଦ୍ୟାଳୟ ଖୋଲିବାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଏକ୍ୟୁଆଇ(AQI) ପରିମାଣ କମିବା ପରେ ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । ତେଣୁ ଦିଲ୍ଲୀ ସରକାର ବନ୍ଦ ଥିବା ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୯ ତାରିଖରେ ବିଦ୍ୟାଳୟ ଖୋଲିବା ନେଇ ସରକାର ସୂଚନା ଦେଇଛନ୍ତି । ଦିଲ୍ଲୀ ଏବଂ ଏନସିଆରରେ ବର୍ତ୍ତମାନ ଏକ୍ୟୁଆଇ(AQI) ସ୍ତର ୩୫୦ ତଳେ ରହିଥିବା ବେଳେ ଏହା ଦିଲ୍ଲୀବାସୀଙ୍କ ଚିନ୍ତାକୁ ଟିକିଏ କମ୍ କରିଛି ।

ଏତତ୍ ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ଯେ, ଆସନ୍ତା ୨ରୁ ୩ ଦିନ ଯାଏଁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିର ଆଶଙ୍କା କମ ରହିବ । କିନ୍ତୁ ବର୍ତ୍ତମାନ ପ୍ରଦୂଷଣ ପରିମାଣ କିଛି ମାତ୍ରାରେ ହ୍ରାସ ପାଇଥିଲା । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକ ବନ୍ଦ ରହିବ । ଏଥିସହିତ ଅନାବଶ୍ୟକ କାର୍ଯ୍ୟ ଉପରେ ଏବେ ମଧ୍ୟ କଟକଣା ବଳବତ୍ତର ରହିଛି । ତେବେ ସିପିଡବ୍ଲୁ ଦ୍ୱାରା ଜାରି ହୋଇଥିବା ଏୟାର କ୍ୱାଲିଟି ବୁଲେଟିନ ଅନୁଯାୟୀ ଗତ ରବିବାର ଦିନ ଦିଲ୍ଲୀର ଏୟାର ଇଣ୍ଡେକ୍ସ ୩୩୨ରେ ଥିଲା । ଏହା ୨୪ ଘଣ୍ଟା ମଧ୍ୟରେ ୪୨ ପଏଣ୍ଟ କମିଛି ।

Get real time updates directly on you device, subscribe now.