fbpx

ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବ ଏହି ୩ ଉପାୟ; ନିଜର ଡେଲି ରୁଟିନରେ କରନ୍ତୁ ସାମିଲ

ମଣିଷର ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏହା ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତଙ୍ଗ ସହ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଉତ୍ତମ ମାନସିକ ସ୍ୱାସ୍ଥ୍ୟର ଅର୍ଥ ହେଉଛି ବ୍ୟକ୍ତିର ମନ ଏବଂ ମସ୍ତିଷ୍କ ସଂପୂର୍ଣ୍ଣ ସୁସ୍ଥ ରହିବା । ଯଦି ମାନସିକ ସ୍ଥିତି ଭଲ ଅଛି ତାହାଲେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି ବୋଲି ଜଣାପଡିଥାଏ । ତେବେ ଏହାକୁ ନେଇ ଅନକ ସମୟରେ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ଗବେଷଣା କରିଥାନ୍ତି । ଯେଉଁଥିରୁ ଅନେକ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ କିଛି ଉପାୟ ଅବଲମ୍ବନ କରିବାକୁ ପଡିଥାଏ । ଯାହାଦ୍ୱାରା ମାନସିକ ସ୍ଥିତି ସୁସ୍ଥ ରହିବା ସହ ମନ ଏବଂ ଶରୀର ମଧ୍ୟ ଭଲ ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…

ଏହି ୩ ଟି ଉପାୟ ଉତ୍ତମ ରଖେ ମାନସିକ ସ୍ୱାସ୍ଥ୍ୟ:

ଏକ୍ସରୋସାଇଜ: ବିଶେଷଜ୍ଞମାନଙ୍କ ମତରେ ଜଣେ ବ୍ୟକ୍ତିର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପରସ୍ପର ଉପରେ ନିର୍ଭର କରିଥାନ୍ତି । ତେଣୁ ଏକ୍ସରୋସାଇଜ ଶରୀରକୁ ଯେତିକି ମଜବୁତ କରିଥାଏ ,ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସେତିକି ଉତ୍ତମ ରଖିଥାଏ । କାରଣ ଏକ୍ସରୋସାଇଜ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏଥିସହିତ ଶରୀରରେ ହେଲ୍ଦି ଏବଂ ହାପି ହରମୋନ୍ କ୍ଷରିତ ହୋଇଥାଏ । ଯେଉଁ କାରଣରୁ ମାନସିକ ସ୍ୱାସ୍ଥ୍ୟ ଭଲ ରୁହେ । ତେଣୁ ପ୍ରତ୍ୟେକ ଦିନ କିଛି ସମୟ ଏକ୍ସରୋସାଇଜ କରିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ ।

ଭଲ ସମ୍ପର୍କ: ଅନେକ ସମୟରେ ସମ୍ପର୍କରେ ସୃଷ୍ଟି ହେଉଥିବା ସମସ୍ୟା ମାନସିକ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଫଳରେ ଜଣେ ବ୍ୟକ୍ତି ମାନସିକ ସ୍ତରରେ ଭାଙ୍ଗି ପଡିବା ସହ ଶାରୀରିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତଣୁ ଉତ୍ତମ ସାନସିକ ସ୍ୱାସ୍ଥ୍ୟ ଚାହୁଁଥିଲେ ପରସ୍ପର ମଧ୍ୟରେ ସୁ-ସମ୍ପର୍କ ରଖିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏହା ମାନସିକ ସ୍ତରରେ ଆପଣଙ୍କୁ ଖୁସି ଦେବା ସହ ମନ ,ମସ୍ତିଷ୍କ ଏବଂ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ।

ଇଚ୍ଛାଶକ୍ତି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ କୌଣସି କାମକୁ ନେଇ ମନରେ ଥିବା ଇଚ୍ଛାଶକ୍ତି ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । କାରଣ ଏହା ବ୍ୟକ୍ତିର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ସହ ଆନନ୍ଦ ପ୍ରଦାନ କରିଥାଏ । ଯେଉଁ କାରଣରୁ ଜଣେ ବ୍ୟକ୍ତି ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ ।

Get real time updates directly on you device, subscribe now.