fbpx

ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ: EPFO ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇପିଏଫଓ ବୋର୍ଡ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ପାଇଁ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବ୍ୟବହାର ନେଇ ମଞ୍ଜୁରୀ ପ୍ରଦାନ କରିଛି । ୭୩ ଲକ୍ଷରୁ ଅଧିକ ପେନସନଭୋଗୀ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ଉପଯୋଗ କରି ଜୀବନ ପ୍ରମାଣପତ୍ର ଜମା କରିବାକୁ ଅନୁମତି ଦିଆଯାଇଛି ।

କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ସହଯୋଗ ରକ୍ଷା ପାଇଁ ଖୁବଶୀଘ୍ର ନୂଆ ଲିଟିଗେସନ ପଲିସି ଅଣାଯିବ । ଏହାଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦୀୟ ସ୍ଥିତି କମ୍ ହେବା ସହ ସେମାନଙ୍କର ଅଧିକାର ସୁରକ୍ଷିତ ରହିବ । ପେନସନଧାରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଏନେଇ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ପେନସନ ଓ କର୍ମଚାରୀ ଜମା ଲିଙ୍କଡ ବୀମା ଯୋଜନା କାଲକୁଲେଟର ଲଞ୍ଚ କରଯାଇଛି । ଏହାଦ୍ୱାରା ପେନସନ ଓ ମୃତ୍ୟୁ ସମ୍ବନ୍ଧୀୟ ଲାଭ ପାଇଁ ଗଣନା ପାଇଁ ଅନଲାଇନ ସୁବିଧା ଉପଲବ୍ଧୟ ହେବ । ଏଥିସହ ଏସଆଇସି ସହ ଆୟୁଷ୍ମାନ ଭାରତ ଯୋଜନାକୁ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଅଧିକାଂଶ ବୃଦ୍ଧ ପେନସନଧାରୀ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଅନେକ କଠିନ ପରିସ୍ଥିତିର ସାମ୍ନା କରିଥାନ୍ତି । ଫେସ୍ ରିକଗ୍ନିସନ ଅଥେଣ୍ଟିକେସନ ସେମାନଙ୍କୁ ଅନେକ ମାତ୍ରାରେ ସହାୟତା ପ୍ରଦାନ କରିବ ବୋଲି କୁହାଯାଇଛି । ଏହାପୂର୍ବରୁ ୨୩୧ତମ ବୈଠକରେ ଇପିଏଫଓ ସେବା ଓ ସୁଧାର ପାଇଁ ପେନସନର କେନ୍ଦ୍ରୀକୃତ ବିତରଣ ପାଇଁ ସୈଦ୍ଧାନ୍ତିକ ମଞ୍ଜୁରୀ ମିଳିଥିଲା ।

Get real time updates directly on you device, subscribe now.