fbpx
BJD SKY
BJD SKY

ମହିଳାଙ୍କୁ ମିଳିବ ବଡ଼ ଫାଇଦା: ମୋଦୀ ସରକାର ବଦଳାଇଲେ Family Pension ନିୟମ

BJD

ନୂଆଦିଲ୍ଲୀ: ଫ୍ୟାମିଲି ପେନସନ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ମହିଳା କର୍ମଚାରୀଙ୍କ ପତିଙ୍କ ପରିବର୍ତ୍ତେ ସେମାନଙ୍କ ସନ୍ତାନ କିମ୍ବା ପାରିବାରିକ ପେନସନ ପାଇଁ ନାମାଙ୍କିତ କରିବା ପାଇଁ ଅନୁମତି ଦେଇଛନ୍ତି । ପୂର୍ବରୁ ମହିଳାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନଥିଲା । ପ୍ରଥମେ ଫ୍ୟାମିଲି ପେନସନ, ମୃତ ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀଙ୍କ ପତି/ପତ୍ନୀଙ୍କ ପ୍ରଦାନ କରାଯାଉଥିଲା । ତେବେ ଯଦି ହିତାଧିକାରୀ ସନ୍ତାନହୀନ ହୋଇଥାନ୍ତି, ତେବେ ତାଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟ ସଦସ୍ୟ ଏହାର ପାତ୍ର ହୋଇପାରନ୍ତି ।

ତେବେ ଯେଉଁ ମହିଳା କର୍ମଚାରୀମାନଙ୍କର ସେମାନଙ୍କ ପତିଙ୍କ ସହ ସମ୍ପର୍କ ଭଲ ନାହିଁ, ସେମାନଙ୍କ ପାଇଁ ଏହି ଯୋଜନା ଉପଲବ୍ଧ କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ନୂଆ ନିୟମ ଅନୁସାରେ, ନିଜ ପିଲାମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏ ନେଇ କେନ୍ଦ୍ର କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ତରପରୁ କେନ୍ଦ୍ରୀୟ ସିଭିଲ ସେବା(ପେନସନ) ନିୟମରେ ଏକ ସଂଶୋଧନ ଆଣିଛନ୍ତି । ଏଥିରେ ହିତାଧିକାରୀଙ୍କ ମୃତ୍ୟୁ ପରେ ପତି/ପତ୍ନୀଙ୍କ ସ୍ତାନରେ ପିଲାମାନଙ୍କୁ ଏହି ପେନସନ ପ୍ରଦାନ କରାଯିବ । ସେ କହିଛନ୍ତି ଯେ, ଯଦି ବୈବାହିକ କଳହ ଯୋଗୁଁ ବିବାହ ବିଚ୍ଛେଦ ପରିସ୍ଥିତି ହୋଇଥାଏ, ତେବେ ସେଭଳି କ୍ଷେତ୍ରରେ ଏହି ସଂଶୋଧନ ଲାଗୁ ହୋଇପାରିବ ।

ସେହିପରି ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଅଧିନିୟମ, ଯୌତୁକ ନିଷେଧ ଅଧିନିୟମ ବା ଭାରତୀୟ ଦଣ୍ଡ ସଂହିତା ଇତ୍ୟାଦି ଭଳି କାନୁନ ଅନ୍ତର୍ଗତ ମାମଲା ରୁଜୁ କରାଯାଇଥାଏ । ଏଭଳି ପରିସ୍ତିତିରେ ଫ୍ୟାମିଲି ପେନସନ ପାଇଁ ନିଜ ସୁବିଧା ଅନୁସାରେ ପରିବର୍ତ୍ତନ କରାଯାଇପାରେ । ତେବେ ଏଥିପାଇଁ ମହିଳା କର୍ମଚାରୀଙ୍କୁ ସମ୍ବନ୍ଧିତ କାର୍ଯ୍ୟାଳୟ ପ୍ରମୁଖଙ୍କୁ ଏକ ଲିଖିତ ଆବେଦନ କରିବାକୁ ପଡ଼ିବ । ଏଥିରେ ପାରିବାରିକ କଳହ କିମ୍ବା ଉପରୋକ୍ତ କାରଣ ଯୋଗୁଁ ସ୍ୱାମୀଙ୍କ ପୂର୍ବରୁ ସନ୍ତାନଙ୍କୁ ଫ୍ୟାମିଲି ପେନସନ ଦବା ପାଇଁ ଅନୁରୋଧ କରିବେ ପେନସନଭୋଗୀ ।

Get real time updates directly on you device, subscribe now.