fbpx

ବଡ଼ ଖବର: ରାଜ୍ୟରେ ୨୯ ଜିଲ୍ଲାରୁ ୧୬୯୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ ଜିଲ୍ଳାରୁ ୧୬୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୧୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ୨୬୮, ଖୋର୍ଦ୍ଧାରୁ ୨୨୦, ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୦୫, ସମ୍ବଲପୁରରୁ ୧୦୧, ବରଗଡ଼ରୁ ୮୧, କନ୍ଧମାଳରୁ ୭୪, ମାଲକାନଗିରିରୁ ୭୨, ପୁରୀରୁ ୬୭, ଭଦ୍ରକରୁ ୬୬, ଗଜପତିରୁ ୫୯, କେନ୍ଦୁଝରରୁ ୫୬, କୋରାପୁଟରୁ ୪୧, ଯାଜପୁରରୁ ୪୧, କଳାହାଣ୍ଡିରୁ ୩୦, ଢ଼େଙ୍କାନାଳରୁ ୨୭,କେନ୍ଦ୍ରାପଡ଼ାରୁ ୨୭, ନୟାଗଡ଼ରୁ ୨୫, ମୟୁରଭଞ୍ଜରୁ ୨୪, ବଲାଙ୍ଗୀରରୁ ୨୧, ରାୟଗଡ଼ାରୁ ୧୯,ଅନୁଗୁଳରୁ ୧୭, ବାଲେଶ୍ୱରରୁ ୧୭, ନବରଙ୍ଗପୁରରୁ ୧୬, ଜଗତସିଂହପୁରରୁ ୧୬, ସୋନପୁରରୁ ୧୦, ଝାରସୁଗୁଡ଼ାରୁ ୧୦, ବୌଦ୍ଧରୁ ୮, ନୂଆପଡ଼ାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.