fbpx

ବଡ଼ ଖବର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୪ ଜିଲ୍ଳାରୁ ଆଉ ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫ଜଣଙ୍କର ମୃତ୍ୟୁ ହୋଇଛି । ୫ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ଜଣ ଓ ଖୋର୍ଦ୍ଧା ଜିଲ୍ଳାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମୃତକ ୫ଜଣଙ୍କ ମଧ୍ୟରୁ ଗଞ୍ଜାମର ୩ଜଣ ଓ ସେମାନେ ସମସ୍ତେ ପୁରୁଷ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ବୟସ ଯଥାକ୍ରମେ ୫୦, ୩୫, ୨୭ । ୫୦ବର୍ଷୀୟ ବୃଦ୍ଧ ଜଣକ ଉଚ୍ଚ ରକ୍ତଚାପ ଓ ଡାଇବେଟିସରେ ମଧ୍ୟ ପୀଡ଼ିତ ଥିଲେ । ଖୋର୍ଦ୍ଧାରେ ମୃତ୍ୟୁବରଣ କରିଥିବା ୨ଜଣ ଯାକ ମଧ୍ୟ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୧, ୬୪ ।

Get real time updates directly on you device, subscribe now.