fbpx

BIG BREAKING; ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ୱ

ଓଡିଶା ଭାସ୍କର; IAS ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଲା । ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସୂଚନା ଥାଉକି, ମିଶନ ଶକ୍ତି ବିଭାଗର ସଚିବ ତଥା ଭି.କେ ପାଣ୍ଡିଆନଙ୍କ ଧର୍ମ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଆଜି ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଏବେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ବରିଷ୍ଠ ସତ୍ୟବ୍ରତ ସାହୁ ଏବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ୟ୍ୟ କରୁଥିଲେ । ଶ୍ରୀ ସାହୁ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମେତ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ମଧ୍ୟ ଅଛନ୍ତି ।

Get real time updates directly on you device, subscribe now.