fbpx
BJD SKY
BJD SKY

BIG BREAKING: ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

BJD

ନୂଆଦିଲ୍ଲୀ: ଘୋଷଣା ହେଲା ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା। ଦଳ ପକ୍ଷରୁ ଆଉ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଏଥିରେ କେବଳ ତାମିଲିନାଡୁର ୯ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦକ୍ଷିଣ-ଚେନ୍ନାଇରୁ ଡ଼. ତାମିଲିସାଇ ସୌନ୍ଦରାରଞ୍ଜନ, ଚେନ୍ନାଇ ସେଣ୍ଟ୍ରାଲରୁ ବିନୋଜେ ପି. ସେଲଭମ, ଭେଲ୍ଲୋରରୁ ଡ଼. ଏ.ସି ଶାନମୁଗମ, କ୍ରିଷ୍ଣାଗିରିରୁ ସି. ନରସିମ୍ହା, ନୀଳିଗିର (ଏସସି)ରୁ ଡ଼. ଏଲ. ମୁରୁଗାଁ, କୋମ୍ବିଏତୋରରୁ କେ. ଆନ୍ନାମଲାଈ, ପେରାମ୍ବାଲୁରରୁ ଟି. ଆର ପାରିବେନ୍ଦର, ଥୁଠୁକ୍କୁଡ଼ିରୁ ନାଇନର ନାଗେନ୍ଦ୍ରଣ ଓ କନ୍ନ୍ୟାକୁମାରୀ ପାଇଁ ପୋନ. ରାଧାକ୍ରିଷ୍ଣାନଙ୍କ ନାମ ଘୋଷଣା କରାଯାଇଛି।

ସୂଚନା ଥାଉକି, ୨୦୨୪ ନିର୍ବାଚନ ପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇସାରିଛି। ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ତେବେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ, ମେ’ ୭ରେ ୩ୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ୫ମ ପର୍ଯ୍ୟାୟ, ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହାପରେ ଜୁନ୍‌ ୪ ମଙ୍ଗଳବାର ଦିନ ଉଭୟ ଲୋକସଭା ଓ ବିଧାନସଭାର ଫଳାଫଳ ପ୍ରକାଶ ପାଇବ। ଏଣୁ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାରେ ଲାଗିଛି। ତେବେ ବିଜେପି ପ୍ରଥମ ପର୍ଯ୍ୟାୟରେ ୯୫, ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଓ ତୃତୀୟ ପର୍ଯ୍ୟାୟରେ ଆଜି ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ ମୋଟ ୨୭୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି।

 

 

Get real time updates directly on you device, subscribe now.