fbpx

Big Breaking: ସର୍ଚ୍ଚ ଅପରେଶନ ବେଳେ IED ବିସ୍ଫୋରଣ, ୩ ଯବାନ ଗୁରୁତର

ବୌଦ୍ଧ: ସର୍ଚ୍ଚ ଅପରେଶନ ବେଳେ IED ବିସ୍ଫୋରଣ ଘଟି ୩ ଯବାନ ଗରୁତର । ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲାରେ । ଏଠାରେ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଅପ୍ରତ୍ୟାଶିତ ଭାବରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣରେ ୩ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ବୌଦ୍ଧ ଏସ୍.ପି ସୂଚନା ଦେଇଛନ୍ତି । ତେବେ ବୌଦ୍ଧରେ ମାନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଏସ୍.ପି ସୂଚନା ଦେଇଛନ୍ତି । ତେବେ ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।

Get real time updates directly on you device, subscribe now.