ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ୨ଟି ଜିଲ୍ଲାରେ ବନ୍ଦ ହୋଇଛି ମୋବାଇଲ ଇଣ୍ଟରନେଟ ସେବା । କାଶ୍ମୀରର ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି । । ତେବେ ଏପରି ଅବସ୍ଥା ସୁରକ୍ଷାକର୍ମୀଙ୍କ ପାଇଁ ଉପୁଜିଥିବା ଜଣାପଡ଼ିଛି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ଜଣାପଡ଼ିଛି ।
ତେବେ ଗତ ଗୁରୁବାର ଦିନ ପୁଞ୍ଚରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ । ତେବେ ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଏହି ସର୍ଚ୍ଚ ଅପରେଶନ ଚଳାଇଥିବା କାରଣରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଏବେ ମଧ୍ୟ ଆତଙ୍କବାଦୀ ଉକ୍ତ ସ୍ଥାନରେ ଲୁଚି ରହିଥିବା ସନ୍ଦେହରେ ଏହି ସର୍ଚ୍ଚ ଅପରେଶନ ଜାରି ରହିଛି ।
ସୂଚନାଯୋଗ୍ୟ, ଗତ ଗୁରୁବାର ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀମାନେ ସେନାରେ ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଏହି ଘଟଣାର ପ୍ରକୃତ ଅଭିଯୁକ୍ତକୁ ଖୋଜି ବାହାର କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି ।