fbpx

କୁକୁର ପାଇଁ ବଡ ସେଲିବ୍ରେସନ୍ ; ଆସିବେ ବିଦେଶରୁ ଗେଷ୍ଟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : କୁକୁର ପାଇଁ ଉତ୍ସବ ପାଳନ ହେବ ହୁଏତ ଆପଣ କେଉଁଠି ପଢିଥିବେ ବା ଦେଖିଥିବେ । କେତେକ ସ୍ଥାନରେ ପାରମ୍ପରିକ ବିଶ୍ୱାସ ଅନୁଯାୟୀ କୁକୁର ର ବିବାହ କରାଯାଏ ତ ଅନ୍ୟ କେଉଁଠି କେତେକ ଲୋକ ଅଧିକ ଭାବପ୍ରବଣ ହୋଇ ନିଜ ପୋଷା କୁକୁରର ଜନ୍ମ ଦିନ ଉତ୍ସବ ପାଳନ କରନ୍ତି । କିନ୍ତୁ ଏବେ ଯେଉଁ ଉତ୍ସବ ପାଳନ ବିଷୟରେ କହୁଛୁ ସେଭଳି କୌଣସି ଛୋଟ ଉତ୍ସବ ନୁହେଁ । ଏହି ଉତ୍ସବରେ ବିଦେଶରୁ ମଧ୍ୟ ଅତିଥିମାନେ ଯୋଗ ଦେବେ ।

ପର୍ତ୍ତୁଗାଲର ବବି ନାମକ ଏ କ କୁକୁର ଗିନିଜ ବୁକ୍ ରେକର୍ଡ କରିଛି । ଗିନିଜ ୱାଲ୍ଡ ରେକର୍ଡରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ବର୍ଷ ଜୀବିତ ଥିବା କୁକୁର । ବର୍ତ୍ତମାନ ସେହି କୁକୁରର ବୟସ ୩୧ ବର୍ଷ । ୧୯୯୨ ମେ ୧୧ ତାରିଖରେ ବବି ଜନ୍ମ ହୋଇଥିଲା । ପର୍ତ୍ତୁଗାଲର ଲୀରା ଜିଲାରେ ସେ ନିଜ ମାଲିକ ସାଙ୍ଗରେ ରହିୁ ଆସୁଛି । ଗିନିଜ ବୁକ୍ ରେକର୍ଡ ପରେ ବବିର ମାଲିକ ବବି ପାଇଁ ଏକ ବଡ ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ ୧୦୦ରୁ ଅଧିକ ଅତିଥି ଆମନ୍ତ୍ରିତ ହୋଇଛନ୍ତି । ଏଥିରେ ବିଦେଶରୁ ମଧ୍ୟ ଅତିଥି ସାମିଲ ହେବେ ।

ଭାବବିହ୍ୱଳ ହୋଇ ବବିର ମାଲିକ କହିଛନ୍ତି ଯେ, ବବି ଦୀର୍ଘ ୩୧ ବର୍ଷୂ ଧରି ଆମ ସହ ରହି ଆସୁଛି । ଆମ ଘରର ଏମିତି ଲୋକଙ୍କ ସହ ସେ ସମୟ କାଟିଛି ଯେଉଁମାନେ ଆଜି ଦୁନିଆରେ ନାହାଁନ୍ତି । ଯେମିତି ମୋ ପିତା , ଭାଇ ଓ ଜେଜେବାପା-ମା । ବବିର ପୂର୍ବ ପୀଢୀ ମଧ୍ୟ ଆମ ସହ ରହୁଥିଲେ । ବବିର ମା ୧୮ ବର୍ଷ ଆମ ସହ ରହିଥିଲା ।

Get real time updates directly on you device, subscribe now.