ଭୁବନେଶ୍ୱର : ସୁନା ପିନ୍ଧିବା ପାଇଁ ମହିଳା ମାନେ ଅଧିକ ଭଲପାଆନ୍ତି । ତେଣୁ ସୁନା କିଣିବା ପୂର୍ବରୁ ଆସନ୍ତୁ ଜାଣିବା ଭାରତୀୟ ବଜାରରେ ତଥା ଆପଣଙ୍କ ଶରରେ କେତେ ରହିଛି ଆଜିର ମୂଲ୍ୟ ? ସୂଚନା ମିଳିଛି ଯେ, ଆଜି କିଛି ସହରରେ ସୁନାର ଦାମ ବଢିଥିବା ବେଳେ କିଛି ସହରରେ ଏହାର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୪୯୦ ଟଙ୍କା ହୋଇଛି । ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୨୦୦ ଟଙ୍କା ରହିଛି ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୨୨୦ ଟଙ୍କା ହୋଇଛି ।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର କେତେକ ରାଜ୍ୟରେ ବଢିଥିବା ବେଳେ କେତେକ ରାଜ୍ୟରେ ସ୍ଥିର ହୋଇ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୨୦୦ ଟଙ୍କା ଓ ୬୦,୨୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୩୫୦ଟଙ୍କା ଓ ୬୦,୩୭୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୦୫୦ ଟଙ୍କା ଓ ୬୦,୦୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ କରାଯାଇଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୮୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।