fbpx

ODI WC-2023 ସୂଚୀରେ ହେବ ବଡ଼ ପରିବର୍ତ୍ତନ: ବଦଳିବ ୬ଟି ମ୍ୟାଚର ତାରିଖ, ଜାଣନ୍ତୁ ଭାରତର ମ୍ୟାଚ କେବେ

Advertisement

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ସୂଚୀରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଟୁର୍ଣ୍ଣାମେଣ୍ଟର କିଛିଟା ମ୍ୟାଚ ପାଇଁ ତାରିଖରେ ପରିବର୍ତ୍ତନ କରିବାକୁ ଯାଉଛି ବିସିସିଆଇ । ଏକ ରିପୋର୍ଟ ଅନୁସାରେ, ଟୁର୍ଣ୍ଣାମେଣ୍ଟର ପ୍ରାୟ ୬ଟି ମ୍ୟାଚ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖ ଏବଂ ସମୟ ପରିବର୍ତ୍ତନ କରାଯିବ । ତେବେ ଷ୍ଟାଡିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସୂଚନା ମିଳିଛି । ବିଶ୍ୱକପ ସୂଚୀରେ ପରିବର୍ତ୍ତନ ନେଇ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ବିସିସିଆଇ ସଚିବ ଜୟ ଶାହା । ତେଣୁ ଭାରତ-ପାକିସ୍ତାନ ମ୍ୟାଚ ସହିତ ଆଉ କିଛି ମ୍ୟାଚରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ବିଶ୍ୱକପ କାର୍ଯ୍ୟକ୍ରମରେ ହେଉଥିବା ପରିବର୍ତ୍ତନରେ ପାକିସ୍ତାନର ଦୁଇଟି ମ୍ୟାଚ ସାମିଲ ରହିଛି । ତେବେ ଭାରତ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଖେଳାଯିବାକୁ ଥିବା ବେଳେ ଏହା ବର୍ତ୍ତମାନ ୧୪ ତାରିଖରେ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏହାବ୍ୟତୀତ ପାକିସ୍ତାନର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ତାରିଖ ମଧ୍ୟ ପରିବର୍ତ୍ତନ ହୋଇଛି । ଅକ୍ଟୋବର ୧୨ ତାରିଖରେ ହେବାକୁ ଥିବା ଏହି ମ୍ୟାଚ ୧୦ ତାରିଖରେ ହାଇଦ୍ରାବାଦଠାରେ ଖେଳାଯିବ । ତେବେ ବିଶ୍ୱକପ ସୂଚୀରେ ସମ୍ଭାବିତ ଏହି ପରିବର୍ତ୍ତନ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ସୂଚନା ଦିଆଯାଇଛି । ଏହି ସୂଚୀରେ ଭାରତର ମାତ୍ର ଗୋଟିଏ ମ୍ୟାଚ ତାରିଖ ପରିବର୍ତ୍ତନ ହେବ । ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ମ୍ୟାଚ ବ୍ୟତୀତ ଭାରତର ଅନ୍ୟ ସମସ୍ତ ମ୍ୟାଚ ସୂଚୀ ଅନୁସାରେ ଖେଳାଯିବ ।

ଏହାବ୍ୟତୀତ ଅକ୍ଟୋବର ୧୧ ତାରିଖରେ ଚେନ୍ନାଇରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚ ପରିବର୍ତ୍ତନ ହୋଇଛି । ସେହିପରି ଦିଲ୍ଲୀର ଇଂଲଣ୍ଡ-ଆଫଗାନିସ୍ତାନ ମ୍ୟାଚ କାର୍ଯ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ତେବେ ଏ ନେଇ ନିଷ୍ପତ୍ତି ନିଆ ଯାଇ ନଥିବା ବେଳେ ଖୁବ କମ୍ ଦିନ ମଧ୍ୟରେ ଏ ନେଇ ଶେଷ ଘୋଷଣା କରିପାରେ ଆଇସିସି । ଆଇସିସି ଏବଂ ବିସିସିଆଇ ପକ୍ଷରୁ ଦିନିକିଆ ବିଶ୍ୱକପର ନୂଆ କାର୍ଯ୍ୟକ୍ରମ ଖୁବଶୀଘ୍ର ଦେକିବାକୁ ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.