fbpx

UPI Systemରେ ହେବ ବଡ଼ ପରିବର୍ତ୍ତନ: ଆସନ୍ତା ସପ୍ତାହରୁ ବଦଳିଯିବ ଏହି ନିୟମ, ଜାଣନ୍ତୁ କିପରି ମିଳିବ ଲାଭ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସରକାର ଏକ ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ, କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ପେମେଣ୍ଟ କରିପାରିବେ । ପୂର୍ବରୁ ଏହି ଲିମିଟ୍ ଖୁବ କମ୍ ରହିଥିଲା । ତେଣୁ ଏହି ପରିବର୍ତ୍ତନ କରଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହୋଇପାରିବ ।

ଦେଶର ଲକ୍ଷ ଲକ୍ଷ କରଦାତାଙ୍କ ପାଇଁ ୟୁପିଆଇ ଜରିଆରେ ଟାକ୍ସ ପେମେଣ୍ଟର ଟ୍ରାଞ୍ଜାକ୍ସନ ସୀମାକୁ ବୃଦ୍ଧି କରାଇଛନ୍ତି ନେସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ । ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକ ସର୍କୁଲାର ଜାରି କରି ଏହା ବିଷୟରେ ସୂଚନା ଦେଇଛନ୍ତି ସରକାର । ଏଥିରେ କୁହାଯାଇଛି ଯେ, ୟୁପିଆଇ ମାଧ୍ୟମରେ ଟ୍ରାଞ୍ଜାକ୍ସନକୁ ନେଇ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଶେଷ କାଟାଗୋରୀ ପାଇଁ ୟୁପିଆଇରେ ସମସ୍ତ ଟ୍ରାଞ୍ଜାକ୍ସନ ଲମିମିଟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ସଂସ୍ଥା ଗୁଡ଼ିକ ପାଇଁ ଟାକ୍ସ ପେମେଣ୍ଟ ପାଇଁ ୟୁପିଆଇରେ ଟ୍ରାଞ୍ଜାକ୍ସନ ଲିମିଟ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ନେଇ ବ୍ୟାଙ୍କ, ପେମେଣ୍ଟସ ସର୍ଭିସ ପ୍ରେଭାଇଡର୍ସ ଏବଂ ୟୁପିଆଇ ଆପ୍ ଜରିଆରେ ଏହାକୁ ସୁନିଶ୍ଚିତ କରିବା ପାଇଁ ସତ୍ୟାପିତ ବ୍ୟବସାୟୀଙ୍କ ଏମସିସି ୯୩୧୧ କାଟାଗୋରୀ ପାଇଁ ଟ୍ରାଞ୍ଜାକ୍ସନ ଲିମିଟ ବୃଦ୍ଧି ହେବା ଆବଶ୍ୟକ ।

ଏ ସମ୍ପର୍କରେ ଏନପିସିଆଇ କହିଛି ଯେ, ଟିକସଦାତାମାନେ ମଧ୍ୟ ନିଶ୍ଚିତ କରିବା ଉଚିତ ଯେ ଟିକସ ଦେୟ ବର୍ଗ ପାଇଁ ବର୍ଦ୍ଧିତ ସୀମା ପାଇଁ ୟୁପିଆଇ ଏକ ପେମେଣ୍ଟ ମୋଡ୍ ଭାବରେ ସକ୍ଷମ ହୋଇଛି । ଏଥିପାଇଁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଟାକ୍ସ ପେମେଣ୍ଟ ଲିମିଟର ବର୍ଦ୍ଧିତ ସୀମା ଲାଗୁ କରିବା ପାଇଁ ବ୍ୟାଙ୍କ, ପେମେଣ୍ଟ ସର୍ଭିସ ପ୍ରୋଭାଇଡର୍ସ ଏବଂ ୟୁପିଆଇକୁ କହିଛି ଏନପିସିଆଇ । ଅର୍ଥାତ୍ ସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା ଟାକ୍ସ ପେମେଣ୍ଟ କରିବା ପାଇଁ ୟୁପିଆଇ ବ୍ୟବହାର କରିପାରିବେ । ଏହାବ୍ୟତୀତ ଏବେ ଅନ୍ୟ କାଟାଗୋରୀ ପାଇଁ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ କରିପାରିବେ ।

୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୟୁପିଆଇ ଦେୟ ଡାକ୍ତରଖାନା ଏବଂ ଶିକ୍ଷା ପ୍ରତିଷ୍ଠାନ, ଆଇପିଓ ଏବଂ ଆରବିଆଇ ଖୁଚୁରା ପ୍ରତ୍ୟକ୍ଷ ଯୋଜନା ପାଇଁ ମଧ୍ୟ କରାଯାଇପାରିବ । କିନ୍ତୁ ସୂଚନାଯୋଗ୍ୟ ଯେ, ଏହା କେବଳ କିଛି କାରବାରରେ ପ୍ରଯୁଜ୍ୟ ହେବ । ଏହା ବ୍ୟତୀତ, ବ୍ୟାଙ୍କ ଏବଂ ୟୁପିଆଇ ସହିତ ସେମାନେ କେଉଁ ସୀମା ଅନୁମତି ଦିଅନ୍ତି ତାହା ଯାଞ୍ଚ କରିବାକୁ ପଡିବ ।

Get real time updates directly on you device, subscribe now.