fbpx

IPL Retirement ଉପରେ ବଡ଼ ବୟାନ: CSK vs RCB ମ୍ୟାଚରେ ଅବସର ନେଇ ସଂକେତ ଦେଲେ ଷ୍ଟାର କିପର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ଶୁଭାରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚରେ ରୋୟଲ ଚାଳେଞ୍ଜର୍ସ ବେଙ୍ଗଲୁରୁକୁ ୬ ୱିକେଟରେ ମାତ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ମ୍ୟାଚରେ ପରେ କ୍ରିକେଟରୁ ଅବସର ନେଇ ପୂର୍ବ ସଂକେତ ଦେଇଛନ୍ତି ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ । ଖୁବଶୀଘ୍ର ସେ କ୍ରିକେଟରୁ ଅବସର ନେଇ ଘୋଷଣା କରିବାକୁ ଯାଉଛନ୍ତି । ଚେନ୍ନାଇ-ବେଙ୍ଗଲୁରୁ ମ୍ୟାଚ ପରେ ଏ ନେଇ ସେ ସ୍ପଷ୍ଟ ମଧ୍ୟ କରିଛନ୍ତି । ଏହା ଚିପାକ୍ ଷ୍ଟାଡିୟମରେ ତାଙ୍କ ଶେଷ ମ୍ୟାଚ ହୋଇପାରେ ବୋଲି ସେ ବୟାନ ଦେଇଛନ୍ତି ।

ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଟିମର ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ ଆଇପିଏଲରୁ ନିଜ ଅବସର ଉପରେ ବଡ଼ ବୟାନ ଦେଇଛନ୍ତି । ଏହା ଚିପାକ୍ ଷ୍ଟାଡିୟମରେ ଅପଣଙ୍କର ଶେଷ ମ୍ୟାଚ କି? ଏ ନେଇ କାର୍ତ୍ତିକ କହିଛନ୍ତି ଯେ, ଯଦି ଚିପାକ୍ ଷ୍ଟାଡିୟମରେ ପ୍ଲେଅଫର କିଛି ମ୍ୟାଚ ଆୟୋଜନ ହୁଏ ଏବଂ ତାଙ୍କ ଦଳ ଟପ୍-୪ରେ ସ୍ଥାନ ପାଏ, ତେବେ ସେ ଏହି ମଇଦାନରେ ପୁଣିଥରେ ଖେଳୁଥିବାର ଦେଖିବାକୁ ମିଳିବ । ଚେନ୍ନାଇ ବିପକ୍ଷ ମ୍ୟାଚ ପରେ ପ୍ରେସ କନଫରେନ୍ସରେ ଦିନେଶ କାର୍ତ୍ତିକଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାପରେ ସେ ଉତ୍ତର ଦେଇଛନ୍ତି, ଯେ ପ୍ରକୃତରେ ମୁଁ ଚାହୁଁଛି ଯେ, ଏମିତି ନ ହେଉ । କାରଣ ପ୍ଲେଅଫର କିଛି ମ୍ୟାଚ ମଧ୍ୟ ଏଠାରେ ହେବାକୁ ଯାଉଛି । ଯଦି ମୁଁ ଏଥିପାଇଁ ଫେରିଆସୁଛି, ତେବେ ତାହା ଏଠାରେ ମୋର ଶେଷ ମ୍ୟାଚ ହେବ । ନଚେତ୍ ଏହି ଷ୍ଟାଡିୟମରେ ଏହା ହିଁ ମୋର ଶେଷ ମ୍ୟାଚ୍ ।

ଚେନ୍ନାଇ ବିପକ୍ଷ ମ୍ୟାଚରେ ଦିନେଶ କାର୍ତ୍ତିକ ଦମଦାର ଫର୍ମରେ ଥିବା ଦେଖିବାକୁ ମିଳିଛି । ଅନୁଜ ରାୱତଙ୍କ ସହ ମାତ୍ର ୨୬ ବଲରୁ ୩ଟି ଚୌକା ଏବଂ ୨ଟି ଛକା ସହ ୩୮ ରନ୍ କରି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ । ତେବେ ଦଳ ମଧ୍ୟ ଚଳିତବର୍ଷ ତାଙ୍କୁ ‘ଇମ୍ପାକ୍ଟ ପ୍ଲେୟର’ ଭାବରେ ଦଳରେ ସ୍ଥାନ ଦେଇଛି । ପ୍ରଥମେ ବବ୍ୟାଟିଂ କରିବା ପରେ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ୟଶ ଦୟାଲଙ୍କୁ ଦଳରେ ଇମ୍ପାକ୍ଟ ପ୍ଲେୟର ଭାବରେ ସାମିଲ କରିଥିଲା ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ।

Get real time updates directly on you device, subscribe now.