fbpx

ଆପ୍ ମନ୍ତ୍ରୀ ଆତିଶୀ ରଖିଲେ ଚକିତ କରିଦେବା ଭଳି ତଥ୍ୟ, ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଆଣିଲେ ବଡ ଅଭିଯୋଗ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଇଡି ଗିରଫ କରିଛି । ଏପରି ସ୍ଥିତିରେ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଲଗାଯାଇଛି । ଆପ୍ ନେତା ଆତିଶୀ ସିଂହ କହିଛନ୍ତି, ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଘୋଟାଲାରେ ଗତ ୨ ବର୍ଷ ଧରି ସିବିଆଇ ଓ ଇଡିର ଯାଞ୍ଚ ଚାଲି ଆସିଛି । ଏହି ୨ ବର୍ଷ ମଧ୍ୟରେ ଗୋଟିଏ କଥା ବାରମ୍ବାର ସାମ୍ନାକୁ ଆସିଛି କି ମନି ଟ୍ରେଲ କେଉଁଠି ହୋଇଛି? ପଇସା କେଉଁଠିକୁ ଯାଇଛି? ଆପ୍‌ର କୌଣସି ନେତା, ମନ୍ତ୍ରୀ କିମ୍ବା କାର୍ଯ୍ୟକର୍ତ୍ତାଙ୍କ ନିକଟରୁ ଅପରାଧର କୌଣସି ଅର୍ଥ ଜବତ ହୋଇନାହିଁ । ୨ ଦିନ ତଳେ କେବଳ ଜଣେ ବ୍ୟକ୍ତିଙ୍କ ବୟାନ ଆଧାରରେ କେଜ୍ରିୱାଲଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ଓ ସେହି ବ୍ୟକ୍ତି ଜଣକ ଥିଲେ ଶରଦ ଚନ୍ଦ୍ର ରେଡ୍ଡୀ ।

ଆତିଶୀ କହିଛନ୍ତି ଶରଦ ଅରବିନ୍ଦୋ ଫାର୍ମାର ମାଲିକ । ନଭେମ୍ବର ୯ତାରିଖ ୨୦୨୨ରେ ତାଙ୍କୁ ପଚରାଉଚୁରା ପାଇଁ ଡକାଯାଇଥିଲା । ସେ କେବେ କେଜ୍ରିୱାଲଙ୍କୁ ଭେଟିନାହାନ୍ତି କି ତାଙ୍କ ସହ କଥା ହୋଇନାହାନ୍ତି ବୋଲି କହିଥିଲେ । ଏହା ସହ ତାଙ୍କର ଆପ୍ ସହ କୌଣସି ସଂପର୍କ ନାହିଁ ବୋଲି ସେ କହିଥିଲେ । ସେ ଏପରି କହିବାର ପରବର୍ତ୍ତୀ ଦିନ ଇଡି ତାଙ୍କୁ ଗିରଫ କରିନେଇଥିଲା । ବହୁ ମାସ ଜେଲ୍‌ରେ ରହିବା ପରେ ସେ ତାଙ୍କ ବୟାନ ବଦଳାଇ ଦେଇଥିଲେ ଓ କହିଥିଲେ କି ସେ କେଜ୍ରିୱାଲଙ୍କୁ ଭେଟିଛନ୍ତି ଓ ଅବକାରୀ ନୀତି ମାମଲାରେ କଥା ହୋଇଛନ୍ତି । ସେ ଏହା କହିବା ପରେ ତାଙ୍କୁ ଜାମିନ ମିଳି ଯାଇଥିଲା । କିନ୍ତୁ ଏବେ ପ୍ରଶ୍ନ ହେଉଛି ଯେ, ଅବକାରୀ ନୀତି ମାମଲାରେ ହୋଇଥିବା ମନି ଲଣ୍ଡରିଂ ପଇସା କୁଆଡେ ଗଲା? ଶରଦ ରେଡ୍ଡୀ କହିଲେ କି ମନି ଟ୍ରେଲ ପଇସା କୁଆଡେ ଗଲା?

ଆପ୍ କହିଛି ସେହି ପଇସା ଶରଦ ରେଡ୍ଡୀ ବିଜେପିକୁ ଦେଇଛି । ସେ ଅରବିନ୍ଦୋ ଫାର୍ମାସୀ ଜରିଆରେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ବିଜେପିକୁ ଚାନ୍ଦା ଦେଇଛନ୍ତି । ଗିରଫଦାରୀ ପରେ ୫୫କୋଟିର ଇଲେକ୍ଟ୍ରୋରାଲ ବଣ୍ଡ ଦିଆଯାଇଛି । ଆତିଶୀ କହିଛନ୍ତି ମଦ ବ୍ୟବସାୟୀଙ୍କ ପଇସା ବିଜେପି ଖାତାକୁ ଯାଇଛି । ତେଣୁ ଇଡି ବିଜେପିକୁ ଏ ମାମଲାରେ ଅଭିଯୁକ୍ତ କରିବା ଉଚିତ ।

Get real time updates directly on you device, subscribe now.