Aadhaar Cardକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ବାୟୋମେଟ୍ରିକ୍ସ ଅପଡେଟ୍ ପାଇଁ ନିଆଯିବ ନାହିଁ ଟଙ୍କା
Aadhaar Cardକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି,
ନୂଆଦିଲ୍ଲୀ: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା ଆଧାର କାର୍ଡରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏହି ନିୟମ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନୂଆ ନିୟମରେ ଆପଣଙ୍କୁ ବଡ଼ ସୁବିଧା ମିଳିପାରେ।
କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ପିଲା ଏବଂ କିଶୋରମାନଙ୍କୁ ଆଉ କୌଣସି ଶୁଳ୍କ ନିଆଯିବ ନାହିଁ। ବର୍ତ୍ତମାନ, ଏହି ସୁବିଧା ପାଇଁ ୫୦ ଟଙ୍କା ଆଦାୟ କରାଯାଉଥିଲା। ନୂତନ ନିୟମଗୁଡ଼ିକ ଏବେ ୫ ରୁ ୭ ବର୍ଷ ଏବଂ ୧୫ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ଲାଗୁହେବ ।
ଆଧାରକାର୍ଡ ସବୁ ଭାରତୀୟଙ୍କ ସ୍ଵତନ୍ତ୍ର ପରିଚୟ ପତ୍ର । କୌଣସି ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଅନ୍ୟକିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ପାଇଁ ଆଧାରକାର୍ଡ ହେଉଛି ସହଜ ଉପାୟ । ଏଥିରେ UIDAI(Unique Identification Authority) ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ଆଧାର ନମ୍ବର ଅନ୍ତର୍ଭୁକ୍ତ ।
ଏହାସହ କାର୍ଡରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଯେପରିକି- ଫିଙ୍ଗର ପ୍ରିଣ୍ଟ୍, ଆଇରିସ୍ ଏବଂ ଫେସିଆଲ୍ ଇମେଜ୍ ଭଳି ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ରହିଛି । ଯେହେତୁ ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଛି, ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ।
ଦେଶର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟାଙ୍କର ଆଧାର କାର୍ଡ ଅଛି। ଅର୍ଥାତ୍ ପ୍ରାୟ ୧୩୪ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ଅଛି । ଅନେକ ସ୍ଥାନରେ ଡକ୍ୟୁମେଣ୍ଟ ଭାବରେ ଆଧାର କାର୍ଡ ଆବଶ୍ୟକ । ତେବେ ଆପଣ ଜାଣିଛନ୍ତି କି ଆଧାର କାର୍ଡ ଦୁଇ ପ୍ରକାରର ଅଛି।
ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ବ୍ଲୁ ଆଧାର କାର୍ଡ ତିଆରି କରାଯାଉଥିଲା । ଏବେ ପିଲାଙ୍କ ଆଧାର କାର୍ଡ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।