ଆରଜେଡି ନେତା ଚଲାଇଥିଲେ ଅଫିମ ରାକେଟ୍

ନେତାଙ୍କ ସହ ୨ ସହଯୋଗୀ ଗିରଫ

ବିହାର : ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ। ଆଉ ଏହି ଡ୍ରଗ୍ସ ରାକେଟ୍ ଚଳାଉଥିଲେ ଆରଜେଡି ନେତା। ଯାହାଙ୍କ ସତ ଏବେ ସାମ୍ନାକୁ ଆସିଛି। ଗାଡ଼ି ଗାଡ଼ି ଭର୍ତ୍ତି ଅଫିମ ଆଣି ରାକେଟ୍ ଚଳାଇଥିଲେ ଆରଜେଡ଼ି ନେତା।

ହଁ ନେପାଳରୁ ଅଫିମ ଆଣି ବିହାରରେ କରାଯାଉଥିଲା ଡେ଼ଲିଭରି। ସେହି ସମୟରେ ଆରଜେଡି ନେତା ଶମ୍ଭୁ ଗୁପ୍ତା ଏବଂ ତାଙ୍କର 2 ସହଯୋଗୀଙ୍କୁ 1 କୋଟି ଟଙ୍କାର ଅଫିମ ସହିତ ଗିରଫ କରାଯାଇଛି। ଶମ୍ଭୁ ଗୁପ୍ତା ଉପରେ ଆଗରୁ ହତ୍ୟା ଏବଂ ଅପହରଣର ମାମଲା ମଧ୍ୟ ଥାନାରେ ରୁଜ୍ଜୁ ହୋଇଥିଲା।

ଏହି କାର୍ଯ୍ୟାନୁଷ୍ଠାନ କୋଟୱା ଥାନା ଅନ୍ତର୍ଗତ ବିହାର ଏସଟିଏଫ ଏବଂ ଜିଲ୍ଲା ପୋଲିସର ଏକ ମିଳିତ ଦଳ କରିଛନ୍ତି , ଯାହାର ନେତୃତ୍ୱ ସଦର ଏସଡିପିଓ ଜିତେଶ ପାଣ୍ଡେ ନେଇଛନ୍ତି।

ସୂଚନା ମୁତାବକ, ଶମ୍ଭୁ ଗୁପ୍ତା ଏକ ପ୍ରମୁଖ ଅଫିମ ଚୋରା ଚାଲାଣ ରାକେଟର ମୁଖ୍ୟ ଥିଲେ , ଯିଏ ନେପାଳରୁ ପ୍ରଚୁର ପରିମାଣରେ ଅଫିମ ଆଣି ବିହାର ଏବଂ ଉତ୍ତର ପ୍ରଦେଶରେ ଡେଲିଭରି କରୁଥିଲେ।

ପୋଲିସ ଜାଲ ବିଛାଇ କୋଟୱା ଥାନା ଅଞ୍ଚଳରେ 4.074 କିଲୋଗ୍ରାମ ଅଫିମ ସହିତ ଶମ୍ଭୁ ଗୁପ୍ତାଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ନଗଦ ୫୫,୦୦୦ ଟଙ୍କା ଏବଂ ଚାରୋଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।

ବର୍ତ୍ତମାନ, ପୋଲିସ ଏହି ଚୋରା ଚାଲାଣ ରାକେଟର ତଦନ୍ତ କରୁଛି, ଯାହା ଦ୍ଵାରା ଜଣାପଡିବ ଯେ ଏହି ବେଆଇନ ବ୍ୟବସାୟରେ ଆଉ କିଏ ସମ୍ପୃକ୍ତ ଏବଂ ୧କୋଟି ଟଙ୍କାର ଅଫିମ କିଏ ପହଞ୍ଚାଉଥିଲା।