fbpx

ବିଶାଖାପାଟଣା ଫିସିଂ ହାର୍ବରରେ ବଡ଼ ଅଗ୍ନିକାଣ୍ଡ: ପାଉଁଶ ହୋଇଗଲା ୪୦ ଡଙ୍ଗା

Advertisement

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଅବସ୍ଥିତ ମତ୍ସ୍ୟଜୀବୀ ବନ୍ଦରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବନ୍ଦରରେ ଥିବା ୨୫ ଟି ଯାନ୍ତ୍ରିକ ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି। ତେବେ ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ ପର୍ୟ୍ୟନ୍ତ ଜାରି ରହିଛି। ଏହି ପୁରା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଡଙ୍ଗା ଜଳୁଥିବା ଦେଖିବାକୁ ମିଳିବ ।

ମତ୍ସ୍ୟଜୀବୀମାନେ କହିଛନ୍ତି ଯେ ନିଆଁ ଗୋଟିଏ ଡଙ୍ଗାରୁ ଆରମ୍ଭ ହୋଇଥିଲା ଯାହା ଶୀଘ୍ର ଅନ୍ୟ ଡଙ୍ଗାକୁ ବ୍ୟାପିଥିଲା। ତେବେ ଡଙ୍ଗାରେ ରଖାଯାଇଥିବା ଏଲପିଜି ସିଲିଣ୍ଡରରେ ବିସ୍ଫୋରଣ ହୋଇ ଏହି ନିଆଁ ଲାଗିଥିବା କୁହାଯାଉଛି । ସେଥି ମଧ୍ୟରେ ଅଧିକାଂଶ କାଠ ତିଆରି ଡଙ୍ଗା ଥିଲା ଏବଂ ସେଥିରେ ପ୍ଲାଷ୍ଟିକ ମଧ୍ୟ ରହିଥିଲା । ଏହି କାରଣରୁ ନିଆଁ ଆହୁରି ବିସ୍ତାର କରିଥିବା କୁହାଯାଉଛି ।

ନିଆଁ ଲାଗିବା ପରେ ବନ୍ଦରରେ ଉପସ୍ଥିତ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ଦୀର୍ଘ ୫ ଘଣ୍ଟ।।ର ଚେଷ୍ଟା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା । ତେବେ ଏହି ବିସ୍ଫୋରଣରେ ପ୍ରାୟ ୪୦ଟି ବୋଟ ଜଳି ପାଉଁଶ ହୋଇଥିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.