fbpx
BSKY SKY
BSKY SKY

ସୂର୍ଯ୍ୟରେ ସୃଷ୍ଟ ଗର୍ତ୍ତରୁ ପୃଥିବୀ ଆଡକୁ ମାଡି ଆସୁଛି ଉତ୍ତପ୍ତ ସୌର ଲହରୀ, ଚିନ୍ତାରେ ବୈଜ୍ଞାନିକ

BSKY

ନୂଆଦିଲ୍ଲୀ: ସୂର୍ଯ୍ୟ ପୃଷ୍ଠରେ ଏକ ବିରାଟ ଛିଦ୍ର ନଜର ଆସିଛି । ଏହି ଛିଦ୍ରର ଚଉଡା ୮ ଲକ୍ଷ କିଲୋମିଟର ଅର୍ଥାତ୍ ଏହି ଛିଦ୍ର ମଧ୍ୟରେ ଆମ ପୃଥିବୀ ପରି ୬୦ଟି ପୃଥିବୀ ରହିଯିବ । ଚିନ୍ତାର କାରଣ ହେଉଛି ଏହି ଛିଦ୍ର ମଧ୍ୟରୁ ବହୁ ଦ୍ରୁତ ଗତିରେ ଉତ୍ତପ୍ତ ସୌର ଲହରୀ ପୃଥିବୀ ଆଡକୁ ମାଡି ଆସୁଛି । ଏତେ ବଡ ଛିଦ୍ରର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ଆତଙ୍କିତ ହୋଇପଡିଛନ୍ତି ।

ଏହି ଛିଦ୍ର ସୂର୍ଯ୍ୟଙ୍କ ଭୂମଧ୍ୟରେଖାରେ ସୃଷ୍ଟି ହୋଇଛି । ଗତ ୨ ଡିସେମ୍ବର ୨୦୨୩ରେ ଏହି ଛିଦ୍ରର ସନ୍ଧାନ କରାଯାଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହା ଦ୍ରୁତ ଗତିରେ ପ୍ରସାରିତ ହୋଇ ୮ ଲକ୍ଷ କିଲୋମିଟର ଚଉଡା ହୋଇଯାଇଛି । ଅର୍ଥାତ୍ ଏତେ ବଡ ଗର୍ତ୍ତ ସୃଷ୍ଟି ହୋଇଛି କି ଏହା ମଧ୍ୟରେ ୬୦ଟି ପୃଥିବୀ ରହିଯିବ । ଏହା ଏକ ଅସ୍ଥାୟୀ ଛିଦ୍ର ହୋଇଥିଲେ ମଧ୍ୟ ବୈଜ୍ଞାନିକମାନେ ଏହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ।

ଏହି ଛିଦ୍ରରୁ ଏବେ ଭୟାନକ ଭାବରେ ରେଡିଏସନ୍ ବିକିରଣ ହେଉଛି ଯାହା ଦ୍ରୁତ ଗତିରେ ପୃଥିବୀ ଆଡକୁ ମାଡି ଆସୁଛି । ଏହି ଛିଦ୍ରକୁ କରୋନାଲ୍ ହୋଲ୍ କୁହାଯାଉଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଛିଦ୍ର ବିସ୍ତାର ଲାଭ କରିବା ପରେ ଏବେ ଏହାର ମୁହଁ ପୃଥିବୀ ଆଡକୁ ହୋଇଯାଇଛି । ଏହି କରୋନାଲ୍ ହୋଲ୍ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ସୂର୍ଯ୍ୟକୁ ଗୋଟିଏ ସ୍ଥାନରେ ସ୍ଥିର ରଖୁଥିବା ମ୍ୟାଗନେଟିକ୍ ଫିଲ୍ଡରେ ଅଚାନକ ଫାଟ ସୃଷ୍ଟି ହୋଇଥାଏ । ଏହି ଫାଟ ସ୍ଥାନରେ ଗାଢ ରଙ୍ଗର ଗର୍ତ୍ତ ହୋଇଯାଏ । ଅର୍ଥାତ୍ ସୂର୍ଯ୍ୟଙ୍କ ପୃଷ୍ଠରେ ଥିବା ଉତ୍ତପ୍ତ ହିଲିୟମ କିଛି ସମୟ ପାଇଁ ଏହି ସ୍ଥାନରୁ ସ୍ଥାନାନ୍ତରୀତ ହୋଇଯାଏ । ପରେ ଏହି ଛିଦ୍ରରୁ ଭୟାନକ ସୁପରଫାଷ୍ଟ ରେଡିଏସନ ନିର୍ଗତ ହୋଇଥାଏ ।

ସୂର୍ଯ୍ୟର ଲାଲ ରଙ୍ଗର ଚମକଦାର ପୃଷ୍ଠଭୂମିରେ ଏହି ଛିଦ୍ର କଳା ରଙ୍ଗର ଦାଗ ପରି ଦେଖାଦେଇଥାଏ ଯାହାକୁ ସନସ୍ପଟ୍ କୁହାଯାଏ । ଏହା ଆପଣଙ୍କୁ ଖାଲି ଆଖଇରେ ଦେଖାଯିବ ନାହିଁ । ଏହାକୁ ଦେଖିବା ଲାଗି ଅଲଟ୍ରାଭାଓଲେଟ୍ ଲାଇଟ୍‌ର ସାହାରା ନେବାକୁ ପଡିଥାଏ । ଏହି କଳା ଗର୍ତ୍ତରୁ ବାହାରୁଥିବା ରେଡିଏସନ୍ ସାଧାରଣ ସୌର ଲହରୀ ଠାରୁ ବହୁ ଗୁଣ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ । ତେବେ ଏହି ଛିଦ୍ର ଦ୍ୱାରା ପୃଥିବୀ ପୃଷ୍ଠରେ ଭୁ ଚୁମ୍ବକୀୟ ଝଡ ସୃଷ୍ଟି ହୋଇପାରେ ।

Get real time updates directly on you device, subscribe now.